Malkangiriଅବିଭାଗିକୃତ

ବେଆଇନ ପଥର କ୍ରସର ସିଲ୍

ମାଲକାନାଗିରି: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ଥିବା ବେଆଇନ ପଥର କ୍ରସରକୁ ସିଲ କଲେ ଚିତ୍ରକୋଣ୍ଡା ତହସିଲଦାର ଟି.ପଦ୍ମନାଭ ଦୋରା। ସ୍ୱାଭିମାନ ଅଞ୍ଚଳର ଯୋଡ଼ାଆମ୍ୱ ପଞ୍ଚାୟତ ନିକଟସ୍ଥ ସେମିଳିପଦର ଗ୍ରାମରେ ଆନ୍ଦ୍ରର ପାଣ୍ଡୁରାଙ୍ଗା ନାମକ ଏକ ଠିକା ସଂସ୍ଥା କମ୍ପାନୀ ପ୍ରଶାସନର ବିନା ଅନୁମତିରେ ଏହି ବେଆଇନ ପଥର କ୍ରସର ଚଳାଇ ଆସୁଥିଲେ। ତେବେ ଏହି କ୍ରସରକୁ ସିଲ କରିବା ସହିତ ଏଥିରେ ନିୟୋଜିତ ଥିବା ସମସ୍ତ ଗାଡି ଓ ମେସିନକୁ ଜବତ କରାଯାଇଛି। ସେପଟେ ଉକ୍ତ ଠିକ ସଂସ୍ଥା କମ୍ପାନୀ ବେଆଇନ ଭାବରେ ଲଘୁ ଖଣିଜ ସମ୍ପଦ ଲୁଟ କରୁଥିବା ବେଳେ ପ୍ରଶାସନିକ ସ୍ତରରେ କୌଣସି ଆଦେଶ ନଥିବା କଥା କହିଛନ୍ତି ତହସିଲଦାର। ଏହାସହ ଉକ୍ତ କମ୍ପାନୀ ଠାରୁ ଜୋରିମାନା ଆଦାୟ କରାଯିବ ବୋଲି ସୂଚନା ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button