ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

Spread the love

କଟକ: ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କଟକ ଜିଲ୍ଲା ଓଲଟପୁର ଥାନା ଅଡ଼ଶପୁର ଠାରେ ଥିବା ଦେବକି ହଷ୍ଟେଲରୁ ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ହେଇଛି। ମୃତ ଛାତ୍ରୀ ଜଣଙ୍କ ଉଦାୟନାଥ ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ୩ୟ ବର୍ଷର ଛାତ୍ରୀ। ତେବେ ସେ ସ୍ଥାନୀୟ ହଷ୍ଟେଲରେ ରହି ଉଦାୟନାଥ କଲେଜରେ ପାଠ ପଢୁଥିଲେ। ଝିଅକୁ ହଷ୍ଟେଲ କର୍ତ୍ତୃପକ୍ଷ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ଝିଅର ବଡବାପା। ଏନେଇ ଘଟଣାର ତଦନ୍ତ ଆରମ୍ଭ କରିଛି ଓଲଟପୁର ପୋଲିସ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ।

Leave a Reply

Your email address will not be published. Required fields are marked *