Nabarangpurଅବିଭାଗିକୃତ
ନକ୍ସଲଙ୍କ ଟାର୍ଗେଟରେ ହିନ୍ଦୁ ମାର୍କମ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳରେ ଦୁଇ ଦିନ ପୂର୍ବରୁ ଘଟିଥିଲା ଏକ ଗୁଳିକାଣ୍ଡ। ଏହି ଘଟଣାରେ ଛତିଶଗଡ ଅନ୍ତର୍ଗତ ଭୁତବେଡା ନିବାସୀ ହିନ୍ଦୁ ମାର୍କମଙ୍କୁ କିଛି ନକ୍ସଲ ପିଛା କରି ଗୁଳି କରିଥିବା ଜଣାପଡିଛି। ଏହି ଘଟଣାରେ ଆଜି ସୀତାନଦୀ ଏରିଆ କମିଟି ପକ୍ଷରୁ ହାତୀଗାଁ ଅଞ୍ଚଳରେ ମାଓ ପୋଷ୍ଟର ଫୋପଡା ଯାଇଛିl ଏହି ପୋଷ୍ଟରରେ ନକ୍ସଲଙ୍କ ଟାର୍ଗେଟରେ ହିନ୍ଦୁ ମାର୍କମ ଥିବା ସ୍ପଷ୍ଟ ଉଲ୍ଲେଖ ରହିଛି। ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ ରହିଛନ୍ତି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନଥିବା ସୂଚନା ଦେଇଛି ପୋଲିସ।