ପାରାଦୀପରୁ ପୁଣି ଦୁଇ ସନ୍ଦିଗ୍ଧ ପାରା ଉଦ୍ଧାର

ବନ୍ଦର ନଗରୀ ପାରାଦୀପରୁ ପୁଣି ଦୁଇ ସନ୍ଦିଗ୍ଧ ପାରା ଉଦ୍ଧାର। ଏମାନଙ୍କ ଗୋଡ଼ରେ କିଛି ବୈଦ୍ୟୁତିକ ଯନ୍ତ୍ର ଲଗାଯାଇଥିବା ଦେଖିବାକୁ ମିଳିଛି । ପ୍ରଥମେ ଏହି ଦୁଇଟି ପାରା ଆସି ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳ ମଧ୍ୟରେ ଘୁରି ବୁଲୁଥିବା କିଛି ଲୋକ ଦେଖିବାକୁ ପାଇଥିଲେ। କିଛି ସମୟ ଆକାଶରେ ଘୁରି ବୁଲିବା ସହ ପିଆଇସିଟି ( ପାରାଦୀପ ଇଣ୍ଟରନେସନାଲ କାର୍ଗୋ ଟର୍ମିନାଲ ) ରେ ଥିବା ଏକ ଜାହାଜ ଉପରେ ବସିଥିଲେ। ପିଆଇସିଟିରେ କାର୍ଯ୍ୟରତ ଶ୍ରମିକ ମାନେ ଏନେଇ ପ୍ରଥମେ କମ୍ପାନୀକୁ ଅବଗତ କରାଇବା ପରେ ପୋଲିସ ସେଠାରେ ପହଞ୍ଚିଥିଲା । ଶେଷରେ ପୋଲିସ ଏନେଇ ସ୍ଥାନୀୟ ବନବିଭାଗ କୁଜଙ୍ଗକୁ ଖବର ଦେବା ପରେ କୁଜଙ୍ଗ ବନଖଣ୍ଡ ଅଧିକାରୀ କର୍ମଚାରୀ ଆସି ଦୁଇଟି ପାରାକୁ ଉଦ୍ଧାର କରି ନିଜ ହେପାଜତକୁ ନେଇଥିଲେ। ସେମାନଙ୍କ ଡାକ୍ତରୀ ପରୀକ୍ଷା ସ୍ଥାନୀୟ ପଶୁ ଡାକ୍ତରଖାନା ଦ୍ଵାରା କରାଯାଇଥିବା ବେଳେ ପାରା ଦ୍ୱୟ ସୁସ୍ଥ ଥିବା ଜଣାପଡ଼ଛି । ସେମାନଙ୍କ ଗୋଡ଼ରେ କଣ ଲାଗିଛି ଓ କିଏ ଲଗାଇଛି ତାହା ପରୀକ୍ଷା ପରେ ଜଣାପଡିବ ବୋଲି କୁହାଯାଉଛି । 

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *