ଅବିଭାଗିକୃତ
ଚାଷୀଙ୍କ ରାସ୍ତା ରୋକ

ବରଗଡ଼: ବରଗଡ଼ ସୋହେଲା ଠାରେ କୃଷକ ବିକାଶ ମଞ୍ଚ ଚାଷୀ ସଂଗଠନ ପକ୍ଷରୁ 9 ଦଫା ଦାବି ନେଇ 53 ନମ୍ବର ଜାତୀୟ ରାଜପଥ ଅବରୋଧ। ଚାଷୀଙ୍କ ଉତ୍ପାଦିତ ଧାନ ଗାଡିକୁ ରଖି ଅନିର୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରହିବ ବୋଲି କହିଛି କୃଷକ ବିକାଶ ମଞ୍ଚ। ତେବେ ଚାଷୀଙ୍କ ମୁଖ୍ୟ ଦାବି ଧାନ ମଣ୍ଡି ଖୋଲାଯାଉ, ଧାନର କ୍ଵିଣ୍ଟାଲ ପ୍ରତି ମୂଲ୍ୟ ୪୦୦୦ ଟଙ୍କା ଦିଆଯାଉ, କୃଷକ ପେନସନ ମାସକୁ ୨୦୦୦ ଟଙ୍କା ପ୍ରଦାନ, ଜଳକର ସହ ବିଦ୍ୟୁତ ବିଲ ସମାନ କରାଯାଉ,କୃଷି ସମବାୟ ସମିତିର ସମସ୍ତ ସଭ୍ୟଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉ।ଏସବୁ ଦାବି ପୁରାଣ ନହେଲେ ଆଗକୁ ଚାଷୀ ଆନ୍ଦୋଳନ ତୀବ୍ରତର ହେବ ବୋଲି କୃଷକ ବିକାଶ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି ।