କନ୍ଧମାଳ: ବାଲିଗୁଡା ଥାନା ସିନ୍ଦିରିଗାଁ ପଞ୍ଚାୟତର ସଲପପଦର ଗାଁରେ ଅବକାରୀ ବିଭାଗର ଚଢାଉ। କନ୍ଧମାଳ ଏସ୍.ପିଙ୍କ ନିର୍ଦ୍ଦେଶ କ୍ରମେ ଚାଲିଥିବା ନୀଳ ଜହର ଅଭିଜାନର ଆଜି ୪ର୍ଥ ଦିନରେ ଚଢାଉ କରାଯାଇଛି। ସରକାରୀ ଜମିରେ ୧୦୮ ଏକର ଗଞ୍ଜେଇ ଗଛ କାଟିବା ସହ ଜାଳି ପୋଡି ନଷ୍ଟ କରାଯାଇଛି। ଏହାସହ ଚାଷରେ ବ୍ୟବହୃତ ସାମଗ୍ରୀ ଜବତ କରିଛି ବିଭାଗ। ନଷ୍ଟ ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୨ କୋଟି ୮ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଆଗାମୀ ଦିନରେ ଜିଲ୍ଲାର ଅନ୍ୟ ସ୍ଥାନରେ ଚଢାଉ ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛି।
Naxatra News is now on Whatsapp
Join and get latest news update delivered to you via whatsapp
Join Now