ପଟିଆରେ ମାତିଛି ଷଣ୍ଢ

Spread the love

ଭୁବନେଶ୍ୱର: ରାଜଧାନୀରେ ଷଣ୍ଢ ଆତଙ୍କ। ଷଣ୍ଢ ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଯୁବତୀ ଗୁରୁତର ଭାବେ ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି। ପାଗଳ ଷଣ୍ଢ ଉତ୍ପାତରେ ପଟିଆ ରେଳ ଷ୍ଟେସନ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଦୁଇଦିନ ହେବ ସକାଳ ଓ ସନ୍ଧ୍ୟା ସମୟରେ ଷଣ୍ଢଟିର ଆକ୍ରମଣରେ 4ଜଣ ଗୁରୁତର ଆହତ ହୋଇଛନ୍ତି। ଗତକାଲି ସକାଳେ  ଷଣ୍ଢର ଆକ୍ରମଣର ଶିକାର ହୋଇ ଦୁଇଜଣ ଆହତ ହୋଇଥିବା ବେଳେ ବର୍ତ୍ତମାନ ପଟିଆ ଷ୍ଟେସନ ରାସ୍ତାରେ ପୁଣି ପାଗଳ ଷଣ୍ଢଟି ମାତିଥିବା ଅଭିଯୋଗ ହୋଇଛ । ବିଏମସିକୁ ଖବର ଦେବା ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା। ଯାହା ଫଳରେ ଅନେକେ ହୋଇଛନ୍ତି ଷଣ୍ଢ ଆକ୍ରମଣର ଶିକାର। ଏଥିପାଇଁ ଅଞ୍ଚଳବାସୀ ଠେଙ୍ଗା ବାଡ଼ି ଧରି ପାଗଳ ଷଣ୍ଢକୁ ଘଉଡାଇବା ସହିତ ଇଂଜଣା ଓ ପଟିଆ ଷ୍ଟେସନ ରାସ୍ତା ଦେଇ ଯାତାୟାତ କରୁଥିବା ସବୁ ଲୋକଙ୍କୁ ସତର୍କ କରୁଛନ୍ତି।

Leave a Reply

Your email address will not be published. Required fields are marked *