ଶିଶୁ ଉପରେ ମାଡିଗଲା ହାଇୱା

ଯୋଡ଼ା ଥାନା ବାଂଶପାଣି ଟୋଲ ଗେଟ୍ ନିକଟରେ ଏକ ହାଇୱା ମାଡ଼ିଯିବା ଯୋଗୁଁ  ଜଣେ ଦୁଇ ବର୍ଷର ଶିଶୁପୁତ୍ରର  ଘଟଣା ସ୍ଥଳରେ ମୃତ୍ୟୁଛି । ଏହି ଦୁର୍ଘଟଣାରେ ବାପା ଓ ଜେଜେ ବାପାଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରାଯାଇଛି। ମୃତ ଶିଶୁ ଯୋଡ଼ା କୁନ୍ଦୁରନାଲା ଅଞ୍ଚଳର ହର୍ଷ କୁମାର ସିଂ ଙ୍କ ପୁଅ ୟସ୍ କୁମାର ସିଂ । ସୂଚନା ଅନୁସାରେ ହର୍ଷ କୁମାର ସିଂ ନିଜ ଟ୍ରକରୁ ଚାଲାଣ ଆଣିବା ପାଇଁ ବାପା ଦିଗ ବିଜୟ ସିଂ ଓ ଦୁଇ ବର୍ଷର ପୁଅ ୟସ୍ ସହିତ ଏକ ବାଇକ୍ ଯୋଗେ ବାଂଶପାଣି ଟୋଲ ଗେଟ୍ ନିକଟକୁ ଯାଇଥିଲେ । ତେବେ ରାସ୍ତା କଡ଼ରେ ବାଇକକୁ ରଖି ଟ୍ରକରୁ ଚାଲାଣ ନେବା ସମୟରେ ଏକ ହାଇୱା ଦ୍ରୁତ ଗତିରେ ଆସି ସେମାନଙ୍କ ଉପରେ ମାଡ଼ି ଯାଇଥିଲା । ଏହି ତିନି ଜଣଙ୍କ ସହ ତାଙ୍କ ଟ୍ରକର ହେଲ୍ପର ଲକ୍ଷ୍ମୀଧର ମୁଣ୍ଡା ଏବଂ ସେଠାରେ ଛିଡା ହୋଇଥିବା ଏମ୍ ଡି ଫିରୋଜ୍ ନାମକ ଜଣେ ଗ୍ୟାରେଜ ମେକାନିକଙ୍କୁ ମଧ୍ୟ ହାଇୱାଟି ଧକ୍କା ଦେଇଥିଲା । ଜେଜେ ବାପା, ଟ୍ରକ୍ ହେଲ୍ପର୍ ଏବଂ  ମେକାନିକଙ୍କ ଅବସ୍ଥା ଗୁରୁତର ରହିଛି। ଖବର ପାଇ ଯୋଡ଼ା ପୋଲିସ୍ ଦୁର୍ଘଟଣା ଘଟାଇଥିବା ହାଇୱା କୁ ଜବତ୍ କରିବା ସହ ଡ୍ରାଇଭରକୁ ଅଟକ ରଖି ତଦନ୍ତ ଚଳାଇଛି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *