ଅବିଭାଗିକୃତ

ଅପରାହ୍ନ ୫ଟା ଯାଏ ଗୃହ ମୂଲତବୀ

ଭୁବନେଶ୍ୱର: ଷୋଡଶ ବିଧାନସଭାର ଏକାଦଶ ଅଧିବେଶନ ଆରମ୍ଭ। ଗୃହ ଆରମ୍ଭରୁ ଦିବଙ୍ଗତ ସଦସ୍ୟଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି। ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସ୍ୱର୍ଗତଃ ବିଜୟ ସିଂ ବରିହା, ବିଷ୍ଣୁ ସେଠୀ, ଗୋଲକ ନାଏକ, ସ୍ୱର୍ଗତଃ କପିଳ ତିୱାରୀ, ଗୋପ ନାରାୟଣ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ଦିଆଯାଇଛି। ପୂର୍ବତନ ସଦସ୍ୟ ସ୍ୱର୍ଗତଃ ଆଦିକନ୍ଦ ସେଠୀଙ୍କୁ ବି ଶ୍ରଦ୍ଧାଂଜଳୀ ଦିଆଯାଇଛି। ଏହାକୁ ସମର୍ଥନ କରିଛନ୍ତି ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେପଟେ ଗୃହକୁ ଅପରାହ୍ନ ୫ଟା ଯାଏ ମୂଲତବୀ କରାଯାଇଛି।

Related Articles

Leave a Reply

Your email address will not be published.

Back to top button