ବଟି ପାଇଁ ସାଙ୍ଗକୁ ଅପହରଣ

କୋରାପୁଟ: ସାଙ୍ଗକୁ ଖେଳ ପଡିଆରୁ ଅପହରଣ କଲା ସାଙ୍ଗ। 60 ଲକ୍ଷ ନ ଦେଲେ ଛାଡ଼ିବୁ ନାହିଁ ବୋଲି ଧମକ। 4ଦିନ ପରେ ଅପହୃତ ବାଳକକୁ ଉଦ୍ଧାର କରିଛି ଟାଉନ ଥାନା ପୋଲିସ। ଘଟଣାରେ ଜଣେ ନାବାଳକ ସମେତ 3ଜଣଙ୍କୁ ଗିରଫ କରିଛି ପୋଲିସ। ଏଭଳି ମାମଲାର ପର୍ଦାଫାସ କରିଛି କୋରାପୁଟ ଟାଉନ ପୁଲିସ। ସୂଚନା ଅନୁଯାୟୀ, ଟଙ୍କା ପାଇଁ ଅପହରଣ କରିବାକୁ ଟାର୍ଗେଟ ଖୋଜି ବୁଲୁଥିଲେ ଅଭିଯୁକ୍ତମାନେ । ନବମ ଶ୍ରେଣୀ ଛାତ୍ର ସୌମ ଦାସ ରେଲୱେ ପଡିାରେ ଖେଳୁଥିବା ବେଳେ ତାଙ୍କୁ ଅପହରଣ କରାଯାଇଥିଲା। ଏହାପରେ ସୌମ୍ୟଙ୍କ ମାମୁଁଙ୍କୁ ଇଷ୍ଟାଗ୍ରାମରେ 60ଲକ୍ଷ ଟଙ୍କା ଦେବାକୁ ଧମକ ଦେଇଥିଲେ ଅଭିଯୁକ୍ତ। ଏନେଇ ସୌମ୍ୟଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗ ପାଇବା ପରେ ଏସଡିପିଓ ମନୋଜ ପୂଜାରୀଙ୍କ ନେତୃତ୍ୱରେ ସିଡିଆର୍ ଓ ଲୋକେସନ୍ କୁ ଆଧାର କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣା କରିଛି ପୋଲିସ। ତେବେ ଗିରଫ ହୋଇଥିବା ଅଭିଯୁକ୍ତ ହେଲେ ସୁମିତ କୁମାର ସୁନା, ସାଗର ବାଗ ଓ ଅର୍ପିତ ନାୟକ। ଏମାନଙ୍କ ନିକଟରୁ ବ୍ୟବହୃତ 3ଟି ମୋବାଇଲ, ବାଇକ ଜବତ କରିଛି ପୋଲିସ।