ସ୍ବଦେଶକୁ ଫେରିଲେ ଟିମ୍ ଇଣ୍ଡିଆ, ମୋଦିଙ୍କୁ ଧରାଇଲେ ଟି-୨୦ ଟ୍ରଫି

Spread the love

 ଭାରତୀୟ କ୍ରିକେଟ୍ ଦଳ ଟି-୨୦ ବିଶ୍ୱକପ ଜିତିବା ପରେ ଦେଶକୁ ଫେରିଛନ୍ତି। ଟିମ୍ ଇଣ୍ଡିଆ ସକାଳ ୬ ଟାରେ ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିଥିଲା। ସମଗ୍ର ଦେଶ ଚାମ୍ପିଅନମାନଙ୍କୁ ଜୋରଦାର୍ ସ୍ୱାଗତ କରିଛି।

ଏହାପରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଟିମ୍ ଇଣ୍ଡିଆ ବସ୍‌ରେ ଆଇଟିସି ମୌର୍ଯ୍ୟ ହୋଟେଲରେ ପହଞ୍ଚିଥିଲେ।  ସେଠାରେ ପହଞ୍ଚିବା ପରେ ଭାରତୀୟ ଦଳର ଖେଳାଳି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ‌ଭେଟିବାକୁ ଆସିଥିଲେ। ଏହି ସମୟର ଏକ ଭିଡିଓ ବି ସୋସିଆଲ ମିଡିଆରେ ଘୁରି ବୁଲୁଛି।ଦେଢ଼ ମିନିଟର ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳର ପ୍ରତ୍ୟେକ ସଦସ୍ୟଙ୍କ ସହ କଥା ହୋଇଥିଲେ। ଏହି ସମୟରେ ଭାରତୀୟ ଦଳକୁ ଚମ୍ପିୟାନ କରିଥିବା ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ ରାହୁଲ ଦ୍ରାବିଡ ପ୍ରଧାନମନ୍ତ୍ରୀଙ୍କୁ ଟି୨୦ ବିଶ୍ବକପ ଟ୍ରଫି ଧରାଇ ଦେଇଥିଲେ। ଏହି ମୁହୂର୍ତ୍ତ ଟି ହୃଦୟସ୍ପର୍ଶୀ ମୁହୂର୍ତ୍ତ ବୋଲି କୁହାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବା ପରେ  ଭାରତୀୟ ଦଳ କଲ୍ୟାଣ ମାର୍ଗ ଦେଇ ବାହାରି ଯାଇଛନ୍ତି।  ଅପରାହ୍ନ ୫ ଟାରେ ମୁମ୍ବାଇର ନରିମାନ ପଏଣ୍ଟରୁ ୱାଙ୍ଖେଡ ଷ୍ଟାଡିୟମ ପର୍ଯ୍ୟନ୍ତ ଏକ ଖୋଲା ଛାତ ବସ୍‌ରେ ଟିମ୍ ଇଣ୍ଡିଆର ବିଜୟ ପରେଡ ହେବ। ତା’ପରେ ସମାରୋହ ସମାରୋହରେ ଟିମ୍‌କୁ ୧୫ କୋଟିର ନଗଦ ପୁରସ୍କାର ଦିଆଯିବ।

Leave a Reply

Your email address will not be published. Required fields are marked *