ଅବିଭାଗିକୃତ

୨୯ରୁ କମିବ ଶୀତ

ନୂଆଦିଲ୍ଲୀ: ଏବେ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ହାଡଭଙ୍ଗା ଶୀତ। ଲୋକେ ଶୀତରେ ଥରହର ହେଉଥିବା ବେଳେ ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ଆସିଛି ଆଶ୍ବସ୍ତିକର ଖବର। ଆସନ୍ତା ୨୯ ଡିସେମ୍ବରରୁ ଥମିବ ଥଣ୍ଡାର ପ୍ରକୋପ। ଏଥିସହ ଲୋକଙ୍କୁ ହନ୍ତସନ୍ତ କରୁଥିବା କୁହୁଡିରୁ ମଧ୍ୟ ମିଳିବ ମୁକ୍ତି। ଗତ ତିନି ଦିନ ହେଲା ଥଣ୍ଡା ଶୀର୍ଷରେ ରହିଥିଲା। ରାଜସ୍ଥାନର କିଛି ଇଲାକାରେ ଏହା ଶୂନ୍ୟ ଡିଗ୍ରୀକୁ ଖସିଯାଇଥିଲା।

୨୯ ଡିସେମ୍ବରରୁ ଜମ୍ମୁ କାଶ୍ମୀର ଓ ହିମାଚଳ ପ୍ରଦେଶରେ ତୁଷାରପାତ କାଳରେ  ବାଦଲ ବି ଆଶାଶରେ ଆଛାଦିତ ରହିବ। ତେବେ ଥଣ୍ଡାର ପ୍ରକୋପ ହ୍ରାସ ପାଇବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଚଳିତ ବର୍ଷ ୧୯ ଡିସେମ୍ବରରୁ ଅନୁଭୂତ ହୋଇଥିବା ଶୀତ ୨୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ ବୋଲି ଆକଳନ କରାଯାଇଛି।

ତେବେ ପଞ୍ଜାବ, ହରିଆଣା, ପଶ୍ଚିମ ୟୁପି, ଉତ୍ତର ରାଜସ୍ଥାନରେ ଥଣ୍ଡାକୁ ନେଇ ରେଡ ଆଲର୍ଟ ଜାରି କରାଯାଇଛି। ୧୦ ଦିନ ହେବ ସ୍ଥିତି ବେହାଲ ଥିବା ବେଳେ ଆଉ ୪୮ ଘଣ୍ଟାରେ ଶୀତ ଓ କୁହୁଡି କମିବ।

Related Articles

Leave a Reply

Your email address will not be published.

Back to top button