ଅର୍ଚ୍ଚନା ନାଗଫାଶରେ ଅନେକ ବଡ଼ବଡ଼ିଆ

Spread the love

ଭୁବନେଶ୍ୱର: ଅର୍ଚ୍ଚନା ନାଗଙ୍କ ନାଗଫାଶରେ ଅନେକ ବଡ଼ବଡ଼ିଆ ନେତା, ବ୍ୟବସାୟୀ! ସୋସିଆଲ ମିଡିଆରେ ଘୁରିବୁଲୁଛି ଅନେକଙ୍କ ସଂପୃକ୍ତିକୁ ନେଇ ଫଟୋ, ଅଡ଼ିଓ ବାର୍ତ୍ତାଳାପ, ଚାଟିଂ ଓ ବିଗ୍ ଡିଲ୍ ନେଇ ଅନେକ ରୋଚକ ତଥ୍ୟ। ତେବେ ତଦନ୍ତ ଆଳରେ ପୁଲିସ ଆଉ କେତେଦିନ ଏମାନଙ୍କ ସଂପୃକ୍ତିକୁ ଘୋଡ଼ାଇବ। ଅର୍ଚ୍ଚନାଙ୍କୁ ଜେଲରେ ଠୁଙ୍କିଦେଇ ବଡ଼ବଡ଼ିଆଙ୍କ ଗୁମରକୁ ଚାପିଦେବାକୁ ବସିଛି କି ପୁଲିସ। ଅର୍ଚ୍ଚନାଙ୍କ କେଉଁ ଲିଙ୍କ୍‌କୁ ଦେଖି ଡରୁଛି ପୁଲିସ। କାହିଁକି ଘଟଣାକୁ ଅନ୍ଧାରରେ ରଖିଛି କହି ଆଜି ଗର୍ଜିଛି ଭୁବନେଶ୍ୱର ଜିଲ୍ଲା ବିଜେପି। ପାଓ୍ୱାରହାଉସ ଛକରୁ କମିଶନରେଟ ପୁଲିସ ଅଫିସ ଯାଏ ଶୋଭାଯାତ୍ରା କରିଛି ଦଳ। ପ୍ରମାଣ ନଷ୍ଟ କରିବାକୁ ପୁଲିସ ଦୋଷୀଙ୍କୁ ସମୟ ଦେଉଛି। ତୁରନ୍ତ ଆକ୍ସନ ଆବଶ୍ୟକ ବୋଲି ଦାବି କରିଛି। ସେପଟେ କଂଗ୍ରେସ କହିଛି, ଅର୍ଚ୍ଚନା ନାଗ ମାମଲାରେ ଉଭୟ ବିଜେଡି-ବିଜେପି ଅଛି। ସେଥିଲାଗି ଦୋଷ ଘୋଡ଼ାଇବାକୁ ବିଜେପି ଧାରଣାର ବାହାନା ନେଉଛି ଆଉ ବିଜେଡି ମହିଳା କାର୍ଡ ଖେଳୁଛି। ଏ ନେଇ ବିଜେଡି ମୁହଁ ଖୋଲୁନି।

ସେପଟେ ଅର୍ଚ୍ଚନା ନାଗଙ୍କ ଜାମିନ ଆବେଦନ ଏସଡିଜେଏମ କୋର୍ଟରେ ଖାରଜ ହୋଇଯାଇଛି। ଶୁକ୍ରବାର ଜାମିନ ଆବେଦନ ଖାରଜ କରିଥିଲେ ଅର୍ଚ୍ଚନା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ରାୟକୁ ସଂରକ୍ଷିତ ରଖିଥିଲେ କୋର୍ଟ। ଗିରଫଦାରିରେ ଯଥେଷ୍ଟ ପ୍ରମାଣ ଥିବାରୁ ତାଙ୍କର ଜାମିନ ଖାରଜ ହୋଇଛି। ଅର୍ଚ୍ଚନାଙ୍କ ଓକିଲ କହିଛନ୍ତି, ସେ ଉପର କୋର୍ଟକୁ ଯିବେ। କେଉଁ ଗ୍ରାଉଣ୍ଡରେ ଜାମିନ ଖାରଜ ହେଲା, ତାହାର ତର୍ଜମା କରିବୁ। ଅର୍ଚ୍ଚନା ମାମଲା ଏକ ରଚିତ ଘଟଣା। ଅର୍ଚ୍ଚନା ନିର୍ଦ୍ଦୋଷ।

ଅର୍ଚ୍ଚନା ଏପିସୋଡ ଯେମିତି ଖଟି ବଜାରରେ ଚର୍ଚ୍ଚିତ ଆଲୋଚନାର ବିଷୟ ପାଲଟିଛି। ସେମିତି ବଡ଼ବଡ଼ିଆ ଓ ରାଜନୈତିକ ମହଲରେ ବି ଆଲୋଡ଼ନ ସୃଷ୍ଟି କରିଛି। ଆଗକୁ ଏହା କି ମୋଡ଼ ନେଉଛି ତା ଉପରେ ସମସ୍ତଙ୍କ ନଜର।

Leave a Reply

Your email address will not be published. Required fields are marked *