ଆଜି ଆଲୋକର ପର୍ବ ଦୀପାବଳି

Spread the love

ଭୁବନେଶ୍ୱର: ଆଜି ଆଲୋକର ପର୍ବ ଦୀପାବଳି। କରୋନା କଟକଣା ହଟିବା ପରେ ଚଳିତବର୍ଷ ଧୂମଧାମରେ ପାଳିତ ହେବ ପର୍ବ। ଦୀପାବଳି ପାଇଁ ସାରା ରାଜ୍ୟ ଉତ୍ସବମୂଖର ହୋଇଉଠିଛି। ବାଣ କିଣିବା ପାଇଁ ବାଣ ଦୋକାନରେ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି। ସେପଟେ ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇବେ  ମାଆ କାଳୀ। ମାଆଙ୍କୁ ଶେଷ ସ୍ପର୍ଶ ଦିଆଯାଇଥିବା ବେଳେ ଆଜି ରାତିରେ ପୂଜା ପାଇବେ ମାଆ। ବିଭିନ୍ନ ତୋରଣ ସାଙ୍ଗକୁ ଚାନ୍ଦି ସୁନାରେ ଝଲସିବେ ମା। ଆସନ୍ତାକାଲି ସୂର୍ଯ୍ୟପରାଗ ପଡୁଥିବାରୁ ଆଜି ରାତିରେ ପୂଜା ଶେଷ ହେବ। ପୂଜାକୁ ଆଖି ଆଗରେ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ତା କରାଯାଇଛି। ସମସ୍ତ ପୂଜା ମଣ୍ଡପ କମିଟି ପକ୍ଷରୁ ମନରୋଞ୍ଜନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି।  

Leave a Reply

Your email address will not be published. Required fields are marked *