ମହାମାୟାଙ୍କ ମହାଷ୍ଟମୀ ପୂଜା

Spread the love

ଭୁବନେଶ୍ୱର: ଆଜି ପୂଜା ମଣ୍ଡପରେ ମହାଅଷ୍ଟମୀ ପୂଜାରେ ପୂଜା ପାଉଛନ୍ତି ଜଗତଜନନୀ ମା’ ଦୁର୍ଗା। ଆଜି ଶକ୍ତିପୀଠରେ ନବମୀ ପୂଜା ଥିବାବେଳେ ମଣ୍ଡପରେ ମାଆଙ୍କ ମହାଅଷ୍ଟମୀ। ଦୀର୍ଘ ୨ ବର୍ଷ ପରେ କରୋନା କଟକଣା ହଟିବା ପରେ ପୂଜା ହେଉଥିବାରୁ ମଣ୍ଡପ ମାନଙ୍କରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଚଣ୍ଡିପାଠ ମନ୍ତ୍ର ଧ୍ୱନୀରେ କମ୍ପୁଛି ଶକ୍ତି ପୀଠ। ସମସ୍ତ ପୂଜା ମଣ୍ଡପ ଏବଂ ଶକ୍ତିପୀଠରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଏନେଇ ପ୍ରଶାସନ ଏବଂ ପୂଜା କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ତା କରାଯିବା ସହ ପୋଲିସ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *