ଆଜି ସାରା ଦେଶରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ। ଆଜି ଜାତୀର ପିତା ମହାତ୍ମାଗାନ୍ଧିଙ୍କ ୧୫୩ ତମ ଜୟନ୍ତୀ। ଏ ନେଇ ଦେଶବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ନୂଆଦିଲ୍ଲୀ ରାଜଘାଟରେ ମହାତ୍ମାଗାନ୍ଧିଙ୍କୁ ଶ୍ରଦ୍ଧାଂଜଳୀ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି । ସେହିପରି ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଗାନ୍ଧିଜୀଙ୍କୁ ଶ୍ରଦ୍ଧାଂଜଳୀ ଜଣାଇଛନ୍ତି। ସେହିପରି ଆଜି ହେଉଛି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୟନ୍ତୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଂଜଳୀ ଜଣାଇଛନ୍ତି ।
ଏହି ଅବସରରେ କଂଗ୍ରେସ ଦଳ ପକ୍ଷରୁ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଦେଶ ପ୍ରତି ଗାନ୍ଧିଜୀଙ୍କ ବଳିଦାନକୁ ସମସ୍ତେ ମନେ ପକାଇ ଗାନ୍ଧିଜୀଙ୍କ ସ୍ମୃତି ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କଂଗ୍ରେସ ଦଳର ବହୁ ବରିଷ୍ଠ ନେତାଙ୍କ ସମେତ ବିଧାୟକ ଓ ପିସିସି ସଭାପତି ଶରତ ପଟ୍ଟନାୟକ। ଅପରପଟେ ଡ଼େଲାଙ୍ଗ ସ୍ଥିତ ବେରବୋଇ ଗାନ୍ଧୀ ପିଠରେ ବିଭିନ୍ନ ସଂଗଠନ ପକ୍ଷରୁ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଉଛି। ଅନ୍ୟପଟେ ବିଜୁଜନତା ଦଳ ପକ୍ଷରୁ ଆଜି ଠାରୁ ମାସେ ବ୍ୟାପି ଜନସମ୍ପର୍କ ପଦଯାତ୍ରା ଆରମ୍ଭ କରାଯାଇଛିI ପିପିଲି – ଡ଼େଲାଙ୍ଗ ନିର୍ବାଚନ ମଣ୍ଡଳୀ ପକ୍ଷ୍ୟରୁ ଡ଼େଲାଙ୍ଗ ବେରବୋଇ ସ୍ଥିତ ଗାନ୍ଧୀ ପୀଠରୁ ଜନ୍ମ ସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛିI ମାସେ ବ୍ୟାପୀ ଏହି କାର୍ଯ୍ୟକ୍ରମ ଚାଲିବ। ସେପଟେ ବୁଗୁଡା ଓ ପୋଲସରା ଅଞ୍ଚଳରେ ଥିବା ସମସ୍ତ ସ୍କୁଲ ଏବଂ କଲେଜରେ ଆଜି ଗାନ୍ଧି ଜୟନ୍ତୀ ପାଳିତ ହୋଇଛି। ଗାନ୍ଧି ଜୟନ୍ତୀ ଅବସରରେ ଛାତ୍ରଛାତ୍ରୀ ମାନେ ପଦଯାତ୍ରା କରିଛନ୍ତି। ସରପଞ୍ଚ ଓ ସମିତିସଭ୍ୟ, ଚେୟାରମ୍ୟାନ ପ୍ରମୂଖ ବହୁ ବ୍ୟକ୍ତି ଏହି ପଦଯାତ୍ରାରେ ସାମିଲ ହୋଇଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now