ଅବିଭାଗିକୃତ

ଜି-୨୦ ଶିଖର ସମ୍ମିଳନୀ

ଇଣ୍ଡୋନେସିଆରେ ବାଲିରେ ଆଜିଠାରୁ ଅନୁଷ୍ଠିତ ହେବ ଜି-୨୦ ଶିଖର ସମ୍ମିଳନୀ। ଏଥିରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିପାଇଁ ମୋଦୀ ସୋମବାର ଇଣ୍ଡୋନେସିଆ ଗସ୍ତ କରିଛନ୍ତି। ୟୁକ୍ରେନ୍ ଓ ରୁଷ୍ ମଧ୍ୟରେ ଚାଲିଥିବା ଯୁଦ୍ଧ, ଖାଦ୍ୟ ଓ ଶକ୍ତି ନିରାପତା, ଅନ୍ତର୍ଜାତୀୟ ବିକାଶକୁ ପୁନରୁଜୀବିତ କରିବା, ପରିବେଶ, ସ୍ୱାସ୍ଥ୍ୟ ଏବଂ ଡିଜିଟାଲ ରୂପାନ୍ତର ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ। ସମ୍ମିଳନୀରେ ବିଭିନ୍ନ ଦେଶର ନେତାଙ୍କ ସହ ସେ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ବାଲି ଗସ୍ତରେ ମୋଦୀ ୪୫ ଘଣ୍ଟା ଭିତରେ ୨୦ କାର୍ଯ୍ୟକ୍ରମରେ ସାମିଲ ହେବେ। ଆସନ୍ତା ଡିସେମ୍ବର ୧ ତାରିଖରୁ ଭାରତ ଜି-୨୦ରେ ଅଧ୍ୟକ୍ଷତା କରିବାକୁ ଯାଉଥିବାରୁ ଏହି ସମ୍ମିଳନୀ ସ୍ୱତନ୍ତ୍ର ରହିବ ବୋଲି କୁହାଯାଉଛି । ବାଲିରେ ସମ୍ମିଳନୀବେଳେ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ୟୁଡୋଡୋ ଭାରତକୁ ଜି-୨୦ ଅଧ୍ୟକ୍ଷତା ଦାୟିତ୍ୱ ହସ୍ତାନ୍ତର କରିବେ।

Related Articles

Leave a Reply

Your email address will not be published.

Back to top button