ପୂଜା ପେଣ୍ଡାଲରେ ଅଗ୍ନିକାଣ୍ଡ, ମୃତ

Spread the love

ଉତ୍ତରପ୍ରଦେଶର ଏକ ଦୁର୍ଗାପୂଜା ପେଣ୍ଡାଲରେ ଅଗ୍ନିକାଣ୍ଡ। ଭଦୋହି ଜିଲ୍ଲାର ଅରୋଇ ସହରରେ ଅଗ୍ନିକାଣ୍ଡ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ମୃତକଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଏବଂ ଜଣେ ମହିଳା ଥିବା ଜଣାପଡିଛି। ଏହି ପୂଜା ସମୟରେ ୧୫୦ରୁ ଅଧିକ ଲୋକ ଉପସ୍ଥିତ ଥିଲେ। ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।

Leave a Reply

Your email address will not be published. Required fields are marked *