ସେନାକୁ ମିଳିଲା ସ୍ୱଦେଶୀ ହେଲିକପ୍ଟର

Spread the love

ଜୟପୁର: ଏବେ ବାୟୁ ସେନାର ବଢ଼ିଲା ବଳ। ରାଜସ୍ଥାନ ଯୋଧପୁର ସୀମାରେ ମୁତୟନ ହେବ ଏଲସିଏଚ ହେଲିକପ୍ଟର। ସ୍ୱଦେଶୀ ଜ୍ଞାନ କୌଶଳ ନିର୍ମିତ ହୋଇଛି ଏହି ଲଢ଼ୁଆ ହେଲିକପ୍ଟର। ଅତ୍ୟାଧୁନିକ କୌଶଳରେ ତିଆରି ଏହି ହେଲିକାପ୍ଟର ଟି ଶତ୍ରୁଙ୍କ ଉପରେ ରାତିରେ ଆକ୍ରମଣ କରିପାରିବ। ଏହାର ଓଜନ ୫.୮ ଟନ ହୋଇଥିବା ବେଳେ  ଘଣ୍ଟାକୁ ୨୬୮ ବେଗରେ ଆକାଶ ମାର୍ଗରେ ଉଡିପାରିବ ଏହି ଲଢୁଆ ହେଲିକପ୍ଟର । ସେହିପରି ୧୬ ହଜାର ୪୦୦ ଫୁଟ ଉଚ୍ଚରେ ଉଡିବାର କ୍ଷମତା ରହିଛି। ଏହି ହେଲିକପ୍ଟରରେ ଦୁଇଟି ଇଞ୍ଜିନ ରହିଛି। ପୂର୍ବରୁ ମଧ୍ୟ ବହୁ ଅସ୍ତ୍ରଶସ୍ତ୍ର ଏହା ମାଧ୍ୟମରେ ବ୍ୟବହାର କରାଯାଇଛି। ଶତ୍ରୁଙ୍କୁ କଡା ଟକ୍କର ଦେବ ଏଲସିଏଚ ହେଲିକପ୍ଟର। ଏହି ହେଲିକାପ୍ଟର ପଞ୍ଝାରୁ ଶତ୍ରୁ ବଞ୍ଚିକି ଯାଇପାରିବ ନାହିଁ। ଆତ୍ମନିର୍ଭରଶୀଳ ଥିବା ଭାରତକୁ ମିଳିଲା ନୂଆ ପରିଚୟ। ବାୟୁ ସେନାର ପ୍ରଚଣ୍ଡ ସ୍ୱଦେଶୀ ଯୁଦ୍ଧ ହେଲିକାପ୍ଟର ବର୍ତ୍ତମାନ ଲଢିବା ପାଇଁ ପ୍ରସ୍ତୁତ ।  

Leave a Reply

Your email address will not be published. Required fields are marked *