ଅବିଭାଗିକୃତ

ମହାନଦୀରେ ବୁଡିଯାଇ ଯୁବକ ମୃତ

କଟକ: କଟକ ଜଗତପୁରଠାରେ ମହାନଦୀରେ ସନ୍ତରଣ ଶିଖୁଥିବା ବେଳେ ଭାସିଯାଇ ଯୁବକ ମୃତ।  ମୃତ ଯୁବକ ଜଣକ ହେଲେ ପଦ୍ମପୁର କାଜିବଜାରର ସୋହେଲ୍ ଖାନ୍। ଜଗତପୁର ନିମପୁର ଖେଳ ପଡ଼ିଆରେ ସକାଳୁ ଖେଳ ଅଭ୍ୟାସ କରୁଥିବା ବେଳେ ଆଜି କୋଚ ବିକାଶ ଜେନାଙ୍କ ନେତୃତ୍ୱରେ ମହାନଦୀରେ ସ୍ଵିମିଂ ଅଭ୍ୟାସ କରିବାକୁ ଆସିଥିଲେ। ଅଭ୍ୟାସ ବେଳେ ଗଭୀର ଜଳକୁ ଭାସି ଯାଇଥିଲେ। ଯୁବକଙ୍କୁ ବୁଡିଯିବା ଦେଖି ସ୍ଥାନୀୟ ଲୋକେ ଡଙ୍ଗା ଯୋଗେ ବହୁ ଖୋଜାଖୋଜି କରିଥିଲେ। ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ଗୋଟିଏ ଟିମ୍ ପହଞ୍ଚି ସଙ୍ଗେ ସଙ୍ଗେ ଖୋଜା ଖୋଜି ଆରମ୍ଭ କରିଦେଇଥିଲେ। ପରେ ସୋହେଲଙ୍କର ମୃତ ଦେହ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ। ଜଗତପୁର ଥାନା ପୋଲିସ ଉପସ୍ଥିତ ରହି ମୃତଦେହକୁ ବ୍ୟବଚ୍ଛେଦ ପାଇଁ କଟକ ଏସସିବି ମେଡିକାଲକୁ ପଠେଇଛି ।

Related Articles

Leave a Reply

Your email address will not be published.

Back to top button