କମାଲ କଲେ କୋହଲି

Spread the love

କମାଲ କଲେ କୋହଲି ।ସାରା ଦେଶକୁ ଦୀପାବଳି ଭେଟି ଦେଲା ଭାରତୀୟ କ୍ରିକେଟ ଟିମ୍‌। ମେଲବର୍ଣ୍ଣରେ ପାକିସ୍ତାନକୁ ହରାଇ ଭାରତର ରୋମାଞ୍ଚକର ବିଜୟ। ୧୬୦ ରନର ଟାର୍ଗେଟକୁ ଶେଷ ବଲରେ ହାସଲ କରି ପାକିସ୍ତାନକୁ ହରାଇଲା ଟିମ୍‌ ଇଣ୍ଡିଆ। ଏଥିସହ ଟି-୨୦ ବିଶ୍ୱକପରେ ବିଜୟ ଅଭିଯାନ ଆରମ୍ଭ କରିଛି ଭାରତ। ବିରାଟଙ୍କ ଦମ୍‌ଦାମ ପ୍ରଦର୍ଶନ ଭାରତକୁ ଜିତ ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ପ୍ରଥମେ ବ୍ୟାଟିଂ କରି ୧୫୯ ରନ ହାସଲ କରିଥିଲା ପାକିସ୍ତାନ। ଯାହାକୁ ସାମ୍ନା କରି ଶେଷ ଓଭର ଶେଷ ବଲରେ ୪ ୱିକେଟ ହରାଇ ଜିତ କରିଛି ଭାରତ। ତେବେ ବିରାଟ କୋହଲି ମାତ୍ର ୫୩ ବଲରେ ୮୨ ରନ ସଂଗ୍ରହ କରିଥିଲେ। ଯେଉଁଥିରେ ୬ଟି ଚୌକା  ଓ ୪ଟି ଛକା ରହିଥିଲା। ଖେଳ ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ ବିରାଟ। ବିରାଟଙ୍କ ବିରାଟ ରନ ଭାରତରୁ ବିଜୟ ବାଟରେ ନେଇ ଯାଇଥିଲା। ତେବେ ହାର୍ଦ୍ଦିକ ପାଣ୍ଡ୍ୟା ୪୦ ରନ ହାସଲ କରିଥିଲେ। ଖେଳ ଆରମ୍ଭରୁ ଭାରତର ପ୍ରଦର୍ଶନ ନୈରାଶ ଜନକ ରହିଥିଲା। ଏହାପରେ ବିରାଟ କୋହଲି ଓ ହାର୍ଦ୍ଦିକଙ୍କ ଯୋଡି ଦଳକୁ ଦୃଢ କରିବାରେ ସକ୍ଷମ ହୋଇପାରିଥିଲା।

ଭାରତୀୟ ବୋଲର ମଧ୍ୟ କମାଲ ପ୍ରଦର୍ଶନ କରିଥିଲେ। ଅର୍ଶଦୀପ ସିଂହ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବୋଲିଂ ଭାରତୀୟ ଟିମ ପାଇଁ ବେଶ ଅଶରଦାର୍‌ ଥିଲା।

Leave a Reply

Your email address will not be published. Required fields are marked *