ଅବିଭାଗିକୃତ

ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯୁବକ ମୃତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଅଧମୁଣ୍ଡା ଗାଁରେ ଅଭାବନୀୟ ଘଟଣା ଘଟିଛି । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଲଖଣ ଗଉଡ଼ ବୋଲି ଜଣାପଡିଛି। ଲଖଣ ମର୍ନିଙ୍ଗ ୱାର୍କ ପାଇଁ ବାହାରିଥିବା ବେଳେ ରାସ୍ତା କଡରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଛି। ଟାଟା ପାୱାର ବେପରୁଆ ଭାବେ  ଟ୍ରାନ୍ସଫର୍ମର ବସାଇଥିବାରୁ ମୃତ୍ୟୁ ଘଟିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଏହାର ପ୍ରତିବାଦ ରେ ଗ୍ରାମବାସୀମାନେ ପାଷ୍ଟିକୁଡି ଜାତୀୟ ରାଜପଥ ୨୬ ଛକରେ ରାସ୍ତାରୋକ କରିଛନ୍ତି। ରାସ୍ତା ଅବରୋଧ ଯୋଗୁଁ ବରଗଡ଼-ବୋରିଗୁମା ଓ  ଦେପୁର-ମାନିଙ୍ଗ ରାସ୍ତା ଅବରୋଧ ହୋଇଛି।

Related Articles

Leave a Reply

Your email address will not be published.

Back to top button