ଅବିଭାଗିକୃତ

କିଏ ହେବ ବ୍ରଜରାଜନଗର ବାଜିଗର?

ବ୍ରଜରାଜନଗର ବାଜିଗର କିଏ ହେବ। କିଏ ମୈଦାନକୁ ଓହ୍ଲାଇବ। ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତିନି ପ୍ରମୁଖ ଦଳ ଭିତରେ ପ୍ରାର୍ଥୀତ୍ୱକୁ ନେଇ ଆରମ୍ଭ ହୋଇଛି ସମୀକ୍ଷା ଓ ପ୍ରସ୍ତୁତି। ବିଶେଷ କରି ବିଜେଡିରୁ କିଏ ହେବ, ସେ ଅଡୁଆ ତୁଟାଇବାକୁ ଝାରସୁଗୁଡ଼ାରେ ବସିଥିଲା ସାଂଗଠନିକ ବୈଠକ। ସେପଟେ ବିଜେପିରୁ ପ୍ରାର୍ଥୀ ନେଇ ଜିଲ୍ଲା ସଭାପତିଙ୍କ ସମେତ ପୂର୍ବତନ ବିଧାୟିକା ରାଧାରାଣୀ ଦୌଡରେ ଥିଲା ବେଳେ କଂଗ୍ରେସ ଭାବିଚିନ୍ତି ଭଲ ପ୍ରାର୍ଥୀ ଦେଇ ଭଲ ଲଢେଇ କରିବାକୁ ଆଶାବାଦୀ।

ବ୍ରଜରାଜନଗର ଉପନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଲା ପରେ ନିର୍ବାଚନକୁ ଅବାଧ ଓ ନିରପେକ୍ଷ ସହ ତୁଲାଇବା ଉପରେ ଜୋର ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ। ଆଦର୍ଶ ଆଚରଣ ବିଧିକୁ କଡାକଡି ଅନୁପାଳନ ଉପରେ ଜୋର ଦିଆଯାଇଛି। ମେ ୧୧ ସୁଦ୍ଧା ନାମାଙ୍କନ ପ୍ରକ୍ରିୟା ସରିବ। ୧୨ରେ ମନୋନୟନ ପତ୍ର ଯାଞ୍ଚ ଓ ୧୭ ତାରିଖ ଅପରାହ୍ନ ୩ଟା ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବ। ୩୧ରେ ଭୋଟ୍ ହେବ। ଇଭିଏମ୍‌ ଓ ଭିଭିପାଟର ବ୍ୟବହାର ହେବ ନିର୍ବାଚନରେ। ବୟସ୍କ ଓ ବିକଳାଙ୍ଗ ଘରେ ରହି ଭୋଟ୍ ଦେଇପାରିବେ। ସେପଟେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପରେ ଝାରସୁଗୁଡା ଜିଲ୍ଲା ରାଜନୀତି ବେଶ୍ ଉଷ୍ମ ହୋଇପଡ଼ିଛି। ବିଜେଡିର ତୁଙ୍ଗ ନେତାଙ୍କୁ ନେଇ ସାଂଗଠିନକ ବୈଠକ ବସିଛି ଝାରସୁଗୁଡାରେ। ଦଳକୁ ଜିତାଇବାକୁ ରଣନୀତି ତିଆରି ହୋଇଛି। ତେବେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ନା ମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳୀ, କିଏ ହେବେ ପ୍ରାର୍ଥୀ। ନା ଏହି ଚର୍ଚ୍ଚିତ ନାଁ ବାହାରୁ ଆଉ କିଏ ପାଇବେ ଟିକଟ୍। ସେ ନେଇ ସୁପ୍ରିମୋ ନିଷ୍ପତ୍ତି ନେବେ।

ବ୍ରଜରାଜନଗରରୁ ବିଜେପିରୁ ପ୍ରାର୍ଥୀ ହେବାକୁ ଜିଲ୍ଲା ସଭାପତିଙ୍କ ସମେତ ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡାଙ୍କ ନାଁ ଚର୍ଚ୍ଚାରେ ରହିଛି। ପ୍ରାର୍ଥୀ ହେବାକୁ ତ କୁଆଡ଼େ ଦଳ ତାଙ୍କୁ ପ୍ରସ୍ତୁତ ରହିବାକୁ କହିଥିବା ରାଧାରାଣୀ କହିଛନ୍ତି। ଆଉ କଂଗ୍ରେସ କହିଛି, ସଂଗଠନ ଏତେଟା ଦୁର୍ବଳ ନାହିଁ। ସେଥିଲାଗି ଯିଏ ଭଲ ଫାଇଟ୍ ଦେବ, ସେଭଳି ପ୍ରାର୍ଥୀଙ୍କୁ ଦିଆଯିବ ବୋଲି କହିଛି କଂଗ୍ରେସ।

ବ୍ରଜରାଜନଗର ଉପନିର୍ବାଚନ ତାରିଖ ଘୋଷଣା ପରେ ରାଜନୀତିକ ଉଷ୍ମତା ଜୋର ଧରିଛି। ପ୍ରାର୍ଥୀତ୍ୱ ଫାଇନାଲ ପରେ ଶାସକ ଦଳ ନିଜର ଗଡ଼ ବଜାୟ ରଖିବ ନା ବିରୋଧୀ ଶିବିର କିଛି କରିସ୍ମା ଦେଖାଇବ, ତାକୁ ନେଇ ବି ସମାନ୍ତରାଳ ଅବଗଣନା ଆରମ୍ଭ ହୋଇଗଲାଣି।

Related Articles

Leave a Reply

Your email address will not be published.

Back to top button