କୋରାପୁଟ: କୋରାପୁଟ ଜିଲ୍ଲା ବନ୍ଧୁ ଗାଁ ବ୍ଲକ ଆନ୍ଧ୍ର ସୀମାନ୍ତରେ ବାଘ ଆତଙ୍କ। ବାଘ ଆକ୍ରମଣରେ ଗତକାଲି ଝାଙ୍କରକାର୍ଲି ଗ୍ରାମର ତାମାନା ସିଦାରାପୁ ନାମକ ଜଣେ ବ୍ୟକ୍ତିଙ୍କ ଏକ ବଳଦର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗତ କିଛିଦିନ ହେବ ବାଘଟି ଅନ୍ଧ୍ରସୀମାନ୍ତରେ ଆତଙ୍କ ଖେଳାଇଥିଲା। ଗତକାଲି ଓଡିଶା ସୀମାରେ ପଶିଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସୀମାନ୍ତ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ବାଘ ପାଦ ଚିହ୍ନକୁ ଦେଖି ସନ୍ଦେହ କରାଯାଉଛି କି ଏହା ଏକ ମହାବଳ ବାଘ ହୋଇଥାଏ ପରେ ବୋଲି । ଅନ୍ୟପଟେ ସୀମାନ୍ତ ଅଞ୍ଚଳରେ ଜଙ୍ଗଲ ବିଭାଗର ଏକ ଟିମ ଦିନ ରାତି ସେଠାରେ ରହି ଲୋକଙ୍କୁ ଆତଙ୍କିତ ନ ହେବା ପାଇଁ ସଚେତନ କରାଯାଉଥିବା ସୂଚନା ମିଳିଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now