ଭୁବନେଶ୍ୱର: ଖାଉଟିଙ୍କ ଉପରେ ମହଙ୍ଗା ମାଡ। ଦରଦାମ ବୃଦ୍ଧି ହେତୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଦର କେମିତି ନିୟନ୍ତ୍ରଣ କରାଯିବା ସେ ବିଷୟରେ କେନ୍ଦ୍ର ସରକାର ତୁରନ୍ତ ଚିନ୍ତା କରିବା ଦରକାର। ଅତ୍ୟଧିକ ଦରଦାମ୍ ବୃଦ୍ଧି ହେତୁ ଅସାଧୁ ବ୍ୟବସାୟୀ ମାନେ ଲୋକମାନଙ୍କୁ ହଇରାଣ କରୁଛନ୍ତି। ତାଙ୍କ ଉପରେ କେମିତି ନିୟନ୍ତ୍ରଣ କରାଯିବ ସେ ନେଇ ରାଜ୍ୟ ସରକାର ସଚେତନ ଅଛନ୍ତି। ଏନେଇ ଖାଦ୍ୟ ଯୋଗାଣ ବିଭାଗ ବିଭିନ୍ନ ପଦକ୍ଷେପ ନେଉଛି। ଜିଲ୍ଲାପାଳ ମାନଙ୍କୁ ଅବଗତ କରାଯାଇଛି। ଦରଦାମ ବୃଦ୍ଧିର ବିଭିନ୍ନ କାରଣ ରହିଛି। ଏହା ଏକ ଜାତୀୟ ସମସ୍ୟା ହେତୁ କେନ୍ଦ୍ରସରକାର ଏହା ଉପରେ ପଦକ୍ଷେପ ନେବା ଦରକାର ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।
Naxatra News is now on Whatsapp
Join and get latest news update delivered to you via whatsapp
Join Now