ବଞ୍ଚି ରହିଛି ବାଛନ୍ଦ ପ୍ରଥା

Spread the love

ଗଞ୍ଜାମ: ଆଜି ବି ଗଞ୍ଜାମ ଜିଲ୍ଲାରେ ବଞ୍ଚି ରହିଛି ବାଛନ୍ଦ ଭଳି ଘୂର୍ଣ୍ଣ ପ୍ରଥାl ଆଉ ଏହି ପ୍ରଥାରେ ବଳି ପଡୁଛନ୍ତି ଅସବର୍ଣ୍ଣl ଜଣେ ଦୁଇଜଣ ନୁହଁ ଏକାଥରକେ 200ରୁ ଉର୍ଦ୍ଧ୍ୱ ଦଳିତ ଅସବର୍ଣ୍ଣ ପରିବାରକୁ ବାଛନ୍ଦ କରଯାଇଥିବା ଅଭିଯୋଗ ହୋଇଛିl ଏମିତି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ଥାନା କୋଟିନଡ଼ା ଫାଣ୍ଡି ଅନ୍ତର୍ଗତ ହରିଡ଼ାପଦର ଗ୍ରାମରେl ଗ୍ରାମର ଅସବର୍ଣ୍ଣ ମାନଙ୍କୁ ପୋଖରୀ, ମେଡିକାଲ ଓ ସ୍କୁଲ ଭଳି ବିଭନ୍ନ ଜାଗାରେ ସବର୍ଣ୍ଣ ମାନେ ବାଛନ୍ଦ କରିଥିବା ନେଇ ଗତକାଲି ବ୍ରହ୍ମପୁର ଆଇଜି କାର୍ଯ୍ୟାଳୟ ଘେରାଉ କରି ଦାବିପତ୍ର ପ୍ରଦାନ କରିଥିବା ବେଳେ ଏହାକୁ ଭିତ୍ତିହୀନ କହିଛନ୍ତି ସବର୍ଣ୍ଣl ସେମାନେ କାହାକୁ ବାଛନ୍ଦ କରିନାହାନ୍ତିl ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ପୋଖରୀକୁ ଗାଧୋଇବାକୁ ଗ୍ରାମର ସମସ୍ତଙ୍କୁ ବାରଣ କରିବାରୁ ଅସବର୍ଣ୍ଣ ମାନେ ଏହିଭଳି ଅଭିଯୋଗ କରୁଥିବା ସବର୍ଣ୍ଣ ଗୋଷ୍ଠୀ କହିଛନ୍ତି l ଏହି ଘଟଣାକୁ ନେଇ କିଛି ମାସ ପୂର୍ବରୁ ପୋଲିସ ଉଭୟ ପକ୍ଷକୁ ଡାକି ବୁଝା ସୁଝା କରିଥିଲାl

Leave a Reply

Your email address will not be published. Required fields are marked *