ଅବିଭାଗିକୃତ

କୁସ୍ପଙ୍ଗି ଡିହସାହି ରାସ୍ତାରେ ହାତୀପଲ

କଟକ: ଜଙ୍ଗଲ ଛାଡି ଏବେ ଜନବସତି ମୁହାଁ ହାତୀପଲ। ଜନବସତି ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଚାଷ ଜମିରେ ହୋଇଥିବା ବ୍ୟାପକ ଫସଲ ନଷ୍ଟ କରିବା ସହ ଜନବସତି ଅଞ୍ଚଳରେ ଘର ଦ୍ୱାରା ଭାଙ୍ଗି ଦେଉଛନ୍ତି ଜଙ୍ଗଲୀ ହାତୀ। ଆଠଗଡ ୫୫ ନମ୍ବର ଜାତୀୟ ରାଜପଥ କୁସ୍ପଙ୍ଗି ଡିହସାହି ରାସ୍ତା ନିକଟରେ ହାତୀପଲଙ୍କୁ ଦେଖିବାକୁ ମିଳିଛି। ହାତୀକୁ ଦେଖି ରାସ୍ତାର ଉଭୟ ପାର୍ଶ୍ୱରେ ଜାନବାହାନ ଅଟକି ରହିଛି। ଖବର ପାଇ ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପହଞ୍ଚିଛନ୍ତି। ରାଜପଥ ଉପରେ ଦୁଇଟି ରେଞ୍ଜର ବନ କର୍ମଚାରୀ ହାତରେ ନିଆଁ ହୁଳା, ବାଣ, ସାଇରନ ମାରି ହାତୀପଲଙ୍କୁ ତଡିବାକୁ ଉଦ୍ୟମ ଜାରି ରଖିଛନ୍ତି। ଗୋଟିଏ ପଟେ ଡାଳିଯୋଡା ରେଞ୍ଜର କର୍ମଚାରୀ ଅନ୍ୟପଟେ ଖୁଣ୍ଟୁଣୀ ବନାଞ୍ଚଳର କର୍ମଚାରୀ ନିଜ ଅଞ୍ଚଳରୁ ହାତୀକୁ ଘଉଡାଇବାକୁ ଉଦ୍ୟମ ଚଳାଇଥିବା ଜଣାପଡିଛି।

Related Articles

Leave a Reply

Your email address will not be published.

Back to top button