ଅବିଭାଗିକୃତ

ରାସ୍ତା ମଝିରେ ଗୁଳିକାଣ୍ଡ

ବାଲେଶ୍ୱର: ବାଲେଶ୍ୱର ଆର୍ତ୍ତକବିରାଜ ରୋଡରେ ଗୁଳିକାଣ୍ଡ। ବିଳମ୍ବିତ ରାତିରେ ଗୁଳିମାଡରେ କମଲ ଦାସ ନାମକ ଯୁବକ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସୁଜଲ ଚୌଧୁରୀ ନାମକ ଜଣେ ଯୁବକ ଗୁଳି ମାରିଥିବା ଅଭିଯୋଗ ହୋଇଛି। ଗୁଳି ମାରିଥିବା ଯୁବକ ଜଣକ ଫେରାର ହୋଇ ଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି। ଆକ୍ରମଣକାରୀ ଓ ଆହତ ଯୁବକ ଦୁଇ ବନ୍ଧୁ ହୋଇଥିବା ସୂଚନା ମିଳିଛି। ତେବେ କେଉଁ କାରଣରୁ ଯୁବକଙ୍କ ଉପରେ ଆକ୍ରମଣ ହୋଇଛି ତାହା ଜଣାପଡି ନାହିଁ।

Related Articles

Leave a Reply

Your email address will not be published.

Back to top button