ଅବିଭାଗିକୃତ

ସର୍ବବୃହତ୍ତ ଶିବ ମୂର୍ତ୍ତି ବିଶ୍ବାସ ସ୍ବରୂପମ ଲୋକାର୍ପିତ

ବିଶ୍ୱର ସବୁଠାରୁ ବଡ ଶିବ ପ୍ରତିମୂର୍ତ୍ତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି। ଶନିବାର ଠାରୁ ଆରମ୍ଭ ହୋଇଛି ଏହି ପ୍ରତ୍ତିମୂର୍ତ୍ତି ଉଦଘାଟନୀ ସମାରୋହ। ରାଜସ୍ଥାନର ରାଜସମାନ୍ଦ ଜିଲ୍ଲାର ନାଥଦ୍ୱାରାଠାରେ ନିର୍ମିତ ଶିବ ପ୍ରତିମୂର୍ତ୍ତିର ଉଦଘାଟନୀ ସମାରୋହ ପାଇଁ ଉତ୍ସବମୁଖର ଜିଲ୍ଲା। ଏହି ଶିବ ମୂର୍ତ୍ତି ବିଶ୍ବର ସବୁଠାରୁ ବଡ ଶିବ ମୂର୍ତ୍ତି, ଯାହାର  ଉଚ୍ଚତା ୩୬୯ ଫୁଟ ରହିଥିବା ବେଳେ ଏହାର ନାମ ‘ବିଶ୍ୱାସ ସ୍ୱରୂପମ୍‌’ ରଖାଯାଇଛି।

ରାଜସ୍ଥାନ ରାଜସମାନ୍ଦ ଜିଲ୍ଲାର ନାଥଦ୍ୱାରା ସହରରେ ମହାଦେବଙ୍କ ଏହି ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ ହୋଇଛି। ମୂର୍ତ୍ତିର ଉଚ୍ଚତା ୩୬୯ ଫୁଟ ରହିଛି। ୫୧ ବିଘା ପାହାଡ ଉପରେ ଶିବଙ୍କ ଏହି ଧ୍ୟାନମୁଦ୍ରା ପ୍ରତିମା ତିଆରି କରାଯାଇଛି। ଶିବଙ୍କର ପ୍ରତିମୂର୍ତ୍ତିଟି ୨୦ କିଲୋମିଟର ଦୂରରୁ ଦୃଶ୍ୟମାନ ହେଉଛି। ଏହା ଦୁନିଆର ସବୁଠାରୁ ଉଚ୍ଚତମ କଳାର ଟପ୍-୫ରେ ସ୍ଥାନ ପାଇଛି। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶିବଶମ୍ଭୁଙ୍କ ପ୍ରତିମୂର୍ତ୍ତି ‘ବିଶ୍ୱାସ ସ୍ୱରୂପମ୍‌’ କୁ ଲୋକର୍ପିତ କରିଛନ୍ତି। ଶନିବାର ଅପରାହ୍ନ ୪ଟା ସମୟରେ ଏବି ବିଶାଳ ପ୍ରତିମୂର୍ତ୍ତିକୁ ଲୋକାର୍ପିତ କରାଯାଇଚି। ଏଥିରେ ଗେହଲଟଙ୍କ ସମେତ ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଯୋଶୀ, ବିଜେପି ରାଜ୍ୟ ସଭାପତି ସତୀଶ ପୁନିୟା, ଆରଟିଡିସି ଚେୟାରମ୍ୟାନ ଧର୍ମେନ୍ଦ୍ର ରାଠୋର ପ୍ରମୁଖ ଉପସ୍ଥିତ ରହିଥିଲେ। ଏଥିପାଇଁ ୯ ଦିନି ଯାଏଁ ଏଠାରେ ବିଭିନ୍ନ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଚାଲିବ। ଏହା ୨୯ ନଭେମ୍ୱରରୁ ଆରମ୍ଭ ହୋଇ ୬ ଅକ୍ଟୋବର ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲୁ ରହିବ।

ଏହି ମୂର୍ତ୍ତି ନିର୍ମାଣ କରିବା ପାଇଁ ୧୦ ବର୍ଷର ସମୟ ଲାଗିଛି। ବିଶ୍ୱର ସବୁଠାରୁ ବଡ ‘ବିଶ୍ୱାସ ସ୍ୱରୂପମ୍‌’ ମୂର୍ତ୍ତିକୁ ସନ୍ଥ କୃପା ସନାତନ ସଂସ୍ଥାନ ଦ୍ୱାରା ପ୍ରସ୍ତୁତ କରାଯାଇଛି। ସନ୍ଥ କୃପା ସନାତନ ସଂସ୍ଥାନ ଟ୍ରଷ୍ଟି ମଦନ ପାଲିୱାଲ କାର୍ଯ୍ୟକ୍ରମଗୁଡିକ ବିଷୟ ବିସ୍ତୃତ ସୂଚନା ଦେଇଛନ୍ତି। ସଂସ୍ଥାନ ପକ୍ଷରୁ ଲୋକାର୍ପଣ ପାଇଁ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ମୁରାରୀ ବାପୁଙ୍କର ଏକ ନଅ ଦିନର ରାମ ଚରିତ ମାନସ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି। ଏହାସହ ଶିବଶମ୍ଭୁଙ୍କ ଏହି ଅଭୂତ ପ୍ରତିମୂର୍ତ୍ତି ଭକ୍ତ ତଥା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବା ସହ ରାଜସ୍ଥାନର ପର୍ଯ୍ୟଟନକୁ ଏକ ନୂତନ ଦିଗ ଦେବ। ତେବେ ଏହି ପ୍ରତିମୂର୍ତ୍ତିକୁ ଆକର୍ଷଣ କରିବା ପାଇଁ ସ୍ୱତନ୍ତ୍ର ଆଲୋକରେ ସୁସଜ୍ଜିତ କରାଯାଇଛି। ଯାହାଦ୍ୱାରା ଶିବ ପ୍ରତିମୂର୍ତ୍ତି ମଧ୍ୟ ରାତିରେ ସ୍ପଷ୍ଟ ଦେଖାଯିବ।

ସନ୍ଥ କୃପା ସନାତନ ସଂସ୍ଥାନ ଦ୍ୱାରା ଆୟୋଜିତ ଏହି ଉତ୍ସବ ପାଇଁ ପ୍ରାୟ ଦେଢ ଲକ୍ଷ ବର୍ଗ ଫୁଟର ଏକ ମଣ୍ଡପ ନିର୍ମାଣ କରାଯାଇଛି। ପ୍ରାୟ ଦୁଇ ଲକ୍ଷ ବର୍ଗଫୁଟରେ ଭୋଜନଶାଳାର ମଣ୍ଡପ ସ୍ଥାପନ କରାଯାଇଚି। ଜର୍ମନ ଟେକ୍ନୋଲୋଜି ଦ୍ୱାରା ଏହି ମଣ୍ଡପ ନିର୍ମାଣ କରାଯାଇଛି।

Related Articles

Leave a Reply

Your email address will not be published.

Back to top button