ମା’ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ ସରକାର ନିରନ୍ତର କାମ କରୁଛନ୍ତି: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମା’ମାନଙ୍କ ନିରାପଦ ମାତୃତ୍ୱ ଏବଂ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି ।

ତୃଣମୂଳ ସ୍ତରରେ ଏଭଳି ପଦକ୍ଷେପ ବାବଦରେ ସାଂସଦ ରେଖା ବର୍ମାଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ ଟୁଇଟ୍ କରିଛନ୍ତି:

‘ବହୁତ ସନ୍ତୋଷଜନକ ସୂଚନା ! ଦେଶବ୍ୟାପୀ ମା’ ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟର ଉତ୍ତମ ଯତ୍ନ ନେବା ଦିଗରେ ଆମ ସରକାର ନିରନ୍ତର ଉଦ୍ୟମ କରିଛନ୍ତି, ଯାହାର ପରିଣାମ ଉତ୍ସାହଜନକ ।’

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *