“ମୋଦି ହିଟଲର ପରି ମାରିବେ”

Spread the love

ଅଗ୍ନିପଥକୁ ନେଇ ଜାରି ଲଙ୍କାକାଣ୍ଡ ମଧ୍ୟରେ କଂଗ୍ରେସ ନେତା ସୁବୋଧ କାନ୍ତ  ସହାୟ ପ୍ରଧାନମନ୍ତ୍ରୀ ହିଟଲର ପରି ମରିବେ ବୋଲି ବିବାଦୀୟ ବୟାନ ଦେଇଛନ୍ତି। ସୁବୋଧ କାନ୍ତ କଂଗ୍ରେସ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି କହିଛନ୍ତି କି, ପିଏମ ମୋଦି ହିଟଲରଙ୍କ ରାସ୍ତାରେ ଚାଲିଛନ୍ତି ଓ ସେ ମଧ୍ୟ ହିଟଲରଙ୍କ ପରି ମରିବେ, ଏହା ମନେ ରଖିଥାନ୍ତୁ ମୋଦି।

ସୁବୋଧ କାନ୍ତ ଅଗ୍ନିପଥ ସ୍କିମକୁ ବିରୋଧ  କାଳରେ କହିଛନ୍ତି, ବିଜେପି ଆମର ହାତ ଗଣତି ଦୁଇ ତିନୋଟି ସରକାର ଭାଙ୍ଗିବାର କାମ କରିଛନ୍ତି। ମୋଦି, ଯିଏ ମାଙ୍କଡ ନଚାଳି ପରି ଆସି ପୁରା ଦେଶରେ ଏକଛତ୍ରବାଦୀ ରୂପେ କାର୍ଯ୍ୟ କରୁଛନ୍ତି। ସେ ଆହୁରି କହିଛନ୍ତି, ମତେ ଲାଗୁଛି ହିଟଲରର ସବୁ ଇତିହାସ ଏହି ଲୋକଟି ପାର କରି ଦେଇଛି। ସେ ମଧ୍ୟ ହିଟଲର ପରି ମୃତ୍ୟୁ ପାଇବେ। ତେବେ ଏହି ବୟାନ ପରେ ସେ ନିଜ ବୟାନକୁ ବଦଳାଇ ସଫେଇ ଦେଇଛନ୍ତି କି,  ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ତ ତାଙ୍କୁ ନୀତି ନିୟମ ଉପରେ ପ୍ରଶ୍ନ ପଚରା ଯିବ। ତାଙ୍କ ନୀତିକୁ ନେଇ ବର୍ତ୍ତମାନ ଦେଶ ଜଳୁଛି। ସବୁଠାରୁ ଦୁର୍ଭାଗ୍ୟର କଥା କି, ତାଙ୍କ ଭୁଲ ପାଇଁ ତିନି ସେନା ମୁଖ୍ୟଙ୍କୁ ଅଗ୍ନିପଥ ଯୋଜନା ଉପରେ ସ୍ପଷ୍ଟିକରଣ ଦେବାକୁ ପଡୁଛି। ହିଟଲର ଖାକିର ସେନା ତିଆରି କରିଥିଲା, ମୋଦି ତା ପଥରେ ଚାଲୁଛନ୍ତି। ତେବେ ତାଙ୍କ ବୟାନ ଉପରେ କଂଗ୍ରେସ ନେତା ଜୟରାମ ରମେଶ ଦଳକୁ ଅଲଗା କରିଛନ୍ତି। କଂଗ୍ରେସ ମୋଦିଙ୍କ ଏକଛାତ୍ରବାଦୀ କାର୍ଯ୍ୟ ଓ ଜନବିରୋଧୀ ନୀତିକୁ ବିରୋଧ କରିଆସିଛି, କିନ୍ତୁ ତାଙ୍କ ଉପରେ କୌଣସି ଅମର୍ଯ୍ୟାଦାପୂର୍ଣ୍ଣ ଟିପ୍‌ପଣି  ସହ ସହମତ ନୁହଁ। ଆମ ସଂଘର୍ଷ ଗାନ୍ଧୀବାଦୀ ସିଦ୍ଧାନ୍ତ ଓ ପ୍ରଣାଳିରେ ଜାରି ରହିବ।

Leave a Reply

Your email address will not be published. Required fields are marked *