ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

Spread the love

ଯାଜପୁର: ଯାଜପୁରର କୋରାଇ ଥାନା ଅନ୍ତର୍ଗତ ପାଣିକୋଇଲି-ରାଜାମୁଣ୍ଡା 215ନଂ ଜାତୀୟ ରାଜପଥ କଡରେ ଘଟିଛି ଭୟାବହ ଅଗ୍ନିକାଣ୍ଡ। କୋରାଇ ଥାନା ଧନେଶ୍ଵର ଛକ ନିକଟରେ କାବାଡିଆ ଗୋଦାମରେ ଏହି ନିଆଁ ଲାଗିବା ଫଳରେ ପୁରା ଅଂଚଳ କଳାଧୂଆଁରେ ଆଚ୍ଛାଦିତ ହୋଇ ପଡିଥିଲା। ଖବର ପାଇ ଅଗ୍ନିଶମ ବିଭାଗ ଅଧିକାରୀ ପହଁଚି ନିଆଁକୁ ଆୟତ କରିଛନ୍ତି। କାବାଡିଆ ଦୋକାନରେ ବିଦ୍ୟୁତ୍ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। 30 ଲକ୍ଷରୁ ଉର୍ଦ୍ଧ ଟଙ୍କାର ପ୍ଲାଷ୍ଟିକ, ଜରି ଓ ଅନ୍ୟାନ୍ୟ ସାମଗ୍ରୀ ଜଳିପୋଡି ନଷ୍ଟ ହୋଇଯାଇଛି। ସେପଟେ ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଥିବା ଜଣେ ଅଗ୍ନିଶମ କର୍ମଚାରୀ ମଧ୍ୟ ଆହତ ହୋଇ ଯାଜପୁର ଟାଉନ୍ ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତିl ତେବେ ଘଟଣାସ୍ଥଳରେ ଯାଜପୁର ଏସପି ଓ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ସମେତ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଅଗ୍ନିଶମ ବାହିନୀର ଅଧିକାରୀମାନେ ଉପସ୍ଥିତ ରହି ନିଆଁ ଲାଗିବାର କାରଣ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲେ। ନିଆଁକୁ ସମ୍ପୂର୍ଣ୍ଣ ଆୟତ୍ତ କରିବା ପାଇଁ ଜିଲ୍ଲାର 5 ଦମକଳ କେନ୍ଦ୍ରର କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲାl

Leave a Reply

Your email address will not be published. Required fields are marked *