ଭୟାବହ ଅଗ୍ନିକାଣ୍ଡ

Spread the love

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ଠାରେ ଥିବା ଇଭିଇ ବିଦ୍ୟୁତ ସ୍କୁଟର ମ୍ୟାନୁ ଫ୍ୟାକଚରିଙ୍ଗ ୟୁନିଟରେ ଅଗ୍ନିକାଣ୍ଡ। ଘଟଣା ସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛି। ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗି ଥିବା ସନ୍ଦେହ କରାଯାଉଛି। କେତେ ପରିମାଣର ଅଗ୍ନିକାଣ୍ଡ ଘଟିଛି, କଣ କ୍ଷତି ହୋଇଛି ଏନେଇ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଦୀର୍ଘ ଦିନ ଏଠାରେ ବିଦ୍ୟୁତ ସ୍କୁଟର ମ୍ୟାନୁ ଫ୍ୟାକକରିଙ୍ଗ ୟୁନିଟ ଚାଲୁ ରହିଥିଲା। ଏନେଇ ସମ୍ପୃକ୍ତ ସଂସ୍ଥା ପକ୍ଷରୁ କୌଣସି ସୂଚନା ଦିଆ ଯାଇନି।

Leave a Reply

Your email address will not be published. Required fields are marked *