ରଜ ଅବସରରେ ସମସ୍ତଙ୍କ ସୁଖ, ସମୃଦ୍ଧି ଓ ଉତମ ସ୍ୱାସ୍ଥ୍ୟ କାମନା କଲେ ରାଷ୍ଟ୍ରପତି

Spread the love

ନୂଆଦିଲ୍ଲୀ/ଭୁବନେଶ୍ୱର : ରଜ ପର୍ବ ବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ରାଷ୍ଟ୍ରପତି ଟ୍ୱିଟ୍ କରିଛନ୍ତି ; କୃଷିଭିତିକ ପର୍ବ ରଜ ଉପଲକ୍ଷେ ପ୍ରିୟ ଦେଶବାସୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି । ଦୋଳି, ପିଠା ଓ ଖେଳକୁଦର ଆସର ସାଙ୍ଗକୁ ଓଡ଼ିଶାର ପୁରପଲ୍ଲୀରେ ତିନି ଦିନ ବ୍ୟାପି ପାଳିତ ହେଉଅଛି ଏହି ପର୍ବ । ରଜ ଅବସରରେ ମୁଁ ରାଜ୍ୟ ତଥା ଦେଶବାସୀଙ୍କର ସୁଖ, ସମୃଦ୍ଧି ଓ ଉତମ ସ୍ୱାସ୍ଥ୍ୟ କାମନା କରୁଅଛି ।

Leave a Reply

Your email address will not be published. Required fields are marked *