ସାଇକେଲରେ ଆମେରିକା ପରିଭ୍ରମଣ

ଦୃଢ ଇଛା ଶକ୍ତି ଆଗରେ ହାର ମାନିଛି ବାର୍ଦ୍ଧକ୍ୟ। ବୟସର ଅପରାହ୍ନରେ କିଛି କରି ଦେଖାଇବାକୁ ମନରେ ଥାଏ ଆତ୍ମବିଶ୍ୱାସ ଏବଂ ସାହାସ। ଯାହା ଦୁନିଆର ସବୁ ଅସମ୍ଭବକୁ ସମ୍ଭବ କରିବାରେ ସାହାର୍ଯ୍ୟ କରିଥାଏ। ଯେଉଁ ବୟସରେ ଚାଲିବା, ବୁଲିବା ବୃଦ୍ଧବୃଦ୍ଧାଙ୍କ ପାଇଁ କଷ୍ଟକର ହୋଇଥାଏ, ସେହି ବୟସରେ ଆଜି ବି ଏମିତି ଅଛନ୍ତି ଯେଉଁମାନେ ବୟସ ଆଗରେ ହାର ମାନିନାହାନ୍ତି। ଏମିତି ଜଣେ ୭୫ ବର୍ଷୀୟା ବୃଦ୍ଧା ନିଜ ଦୃଢ ଇଛା ଶକ୍ତି ମାଧ୍ୟମରେ ବିରଳ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ଏହି ବୃଦ୍ଧା ଜଣଙ୍କ ସାଇକେଲରେ ଆମେରିକା ପରିଭ୍ରମଣ କରି ରେକର୍ଡ କରିଛନ୍ତି। ପୁରା ଆମେରିକା ଭ୍ରମଣ କରିବାକୁ ୪୩ ଦିନ ଲାଗିଥିଲା। ୨,୦୮୩ ମାଇଲ ଯାତ୍ରା କରିବାରେ ଦୁନିଆର ସବୁଠୁ ବୟସ୍କା ମହିଳା ଭାବେ ଜଣାପଡିଛି।
ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *