ଅବିଭାଗିକୃତ

ଧାରଣାରେ କିଡ଼ନୀ ରୋଗୀ

ଭୁବନେଶ୍ୱର: ୧୨୫ ଦିନ ହେବ କିଡ଼ନୀ ରୋଗୀ ଧାରଣାରେ ଅଛନ୍ତି l ମୁଖ୍ୟ ଶାସନ ସଚିବ ଦାବି ପତ୍ର ପୂର୍ବରୁ ଗ୍ରହଣ କରିଛନ୍ତି ଓ ଦୁଇ ସପ୍ତାହ ସମୟ ମାଗିଛନ୍ତିl ମୁଖ୍ୟ ଶାସନ ସଚିବଙ୍କ କଥା ଅନୁସାରେ ଆଉ ୩ ସପ୍ତାହ ଟାଇମ ଦେଇଛନ୍ତି କିଡ଼ନୀ ରୋଗୀl ସେଥିପାଇଁ କିଡ଼ନୀ ରୋଗୀ ଏକ ମାସ ଧାରଣା ସ୍ଥଗିତ ରଖିବା ପାଇଁ ସ୍ଥିର କରିଛନ୍ତି l ଯଦି ସୁଫଳ ନ ମିଳେ  ଆଗକୁ ଧାରଣାକୁ ନ ଫେରି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବାସ ଭବନ ଆଗରେ ଆତ୍ମହୂତି ଦେବାକୁ ଚେତାବନୀ ଦେଇଛନ୍ତି l କାଲିର ଆଲୋଚନାରେ ଆନ୍ଦୋଳନରତ ରୋଗୀଙ୍କ ସହ ଆଲୋଚନା ହୋଇନି ବରଂ ଅନ୍ୟ 6 ଜଣ ରୋଗୀଙ୍କୁ ଡକାଯାଇଥିଲା, ଯାହାର ନୂଆ କିଡ଼ନୀ ପ୍ରତ୍ୟାରୋପଣ ହୋଇଛିl ସେପଟେ କିଛି ନିର୍ଦ୍ଧିଷ୍ଟ ଗଣମାଧ୍ୟମରେ ଖବର ପ୍ରସାରଣ କରିବା ପାଇଁ ଷଡଯନ୍ତ୍ର କରାଯାଇଥିଲା ବୋଲି କହିଛନ୍ତି କିଡ଼ନୀ ରୋଗୀ l

Related Articles

Leave a Reply

Your email address will not be published.

Back to top button