ନାର୍କୋ ଟେରରିଜିମ ସହିତ ଜଡ଼ିତ ମାମଲାରେ ୪ ଅଭିଯୁକ୍ତଙ୍କ ଘରୁ ୧୩ ଲକ୍ଷ ୨୦ ହଜାରେ ୪୦୦ ଟଙ୍କା ଜବତ

Spread the love

ରାଜୌରୀ : ଜାମ୍ମୁ-କାଶ୍ମୀରର ରାଜୌରୀ ଏବଂ ପୁଞ୍ଛର ବଗୟାଲଦରା ଅଞ୍ଚଳରେ ସୁରକ୍ଷା ବଳ ନାର୍କୋ ଟେରରିଜିମ ସହିତ ଜଡ଼ିତ ମାମଲାରେ ୪ ଅଭିଯୁକ୍ତଙ୍କ ଘରୁ ନଗଦ ୧୩ ଲକ୍ଷ ୨୦ ହଜାରେ ୪୦୦ ଟଙ୍କା ଜବତ କରିଛି । ଜଣେ ପୋଲିସ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଅଧିକାରୀ ଜଣକ କହିଛନ୍ତି ଯେ, ଅଭିଯୁକ୍ତ ମହମ୍ମଦ ସଫିର ଏବଂ ତା’ର ତିନି ଭାଇଙ୍କ ଘରେ ଖାନତଲାସୀ କରାଯାଇଥିଲା । ମହମ୍ମଦ ସଫିର ପୂର୍ବରୁ ନାର୍କୋ ଟେରରିଜିମ ମାମଲାରେ ପୋଲିସ ଥାନାରେ ବନ୍ଦୀ ରହିଛି । ପ୍ରଥମେ ସଫିରର ଭାଇ ମାନଙ୍କ ଘରେ ଖାନତଲାସୀ ସମୟରେ କିଛି ନମିଳିବାରୁ ଏସଏସପି ପୁଞ୍ଛ ବିନୟ ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ମହମ୍ମଦ ସଫିରକୁ ପଚରା ଉଚରା କରିଥିଲା । ପଚରା ଉଚରା ବେଳେ ଏହି ଟଙ୍କା ସେ କେଉଁଠି ରଖିଛି ତାହା ପୋଲିସକୁ କହିଥିଲା । ଏହାପରେ ପୋଲିସ ସଫିରକୁ ନେଇ ଆଲାପୀର ସ୍ଥିତ ତା’ର ଘରେ ପହଞ୍ଚି ଥିଲା । ତା’ ଘରୁ ୭ ଲକ୍ଷ ଟଙ୍କା ଜବତ ହୋଇଥିଲା ।

Leave a Reply

Your email address will not be published. Required fields are marked *