ଜାତୀୟ

ଅମୃତ କାଳରେ ବଞ୍ଚିତଙ୍କ ସଶକ୍ତିକରଣ

ନୂଆଦିଲ୍ଲୀ : ଆଜିର ଦ୍ରୁତ ବିକାଶଶୀଳ ବିଶ୍ୱରେ ଦାରିଦ୍ର୍ୟ, ସାରା ବିଶ୍ୱର ସରକାରଙ୍କ ପାଇଁ ପ୍ରମୁଖ ଚିନ୍ତାର କାରଣ ହୋଇରହିଛି । ଭାରତ ଭଳି ବିକାଶଶୀଳ ଦେଶରେ ଦାରିଦ୍ର୍ୟ କମାଇବା ସରକାରଙ୍କ ପାଇଁ ଆହ୍ୱାନ ପାଲଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ସବକା ସାଥ, ସବକା ବିକାଶ’ ଆଦର୍ଶ ସହ ସମସ୍ତଙ୍କ ପାଇଁ ସାମାଜିକ କଲ୍ୟାଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛି । ୨୦୧୪ରୁ ସରକାରଙ୍କ ପକ୍ଷରୁ ଯେପରି କେହି ପଛରେ ରହିନଯାନ୍ତି ତାହା ସୁନିଶ୍ଚିତ କରିବା ପାଇଁ ବିବିଧ ପଦକ୍ଷେପ ଗ୍ରହଣ କରାଯାଇଛି ଓ ବିକାଶ ଏବଂ ପ୍ରଗତିର ପ୍ରଭାବ ଓ ଲାଭ ଯେପରି ସମାଜର ସବୁ ବର୍ଗଙ୍କ ନିକଟରେ ପହଞ୍ଚିବ ତାହା ସୁନିଶ୍ଚିତ କରାଯାଉଛି । ଗତ ୯ ବର୍ଷରେ ହାସଲ ହୋଇଥିବା ଲାଭକୁ ବ୍ୟାପକ କରିବା ସହ ବିଭିନ୍ନ ସରକାରୀ ଉପକ୍ରମର ସଫଳ କାର୍ଯ୍ୟାନ୍ୱୟନର ପରିଣାମସ୍ୱରୂପ ସାରା ଦେଶରେ ସମାବେଶୀ ବିକାଶ ହୋଇଛି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ୱେବସାଇଟରୁ ଏକ ଆଲେଖ୍ୟ ଶେୟାର କରାଯାଇଛି;

“‘ସବକା ସାଥ, ସବକା ବିକାଶ’ ଆଦର୍ଶକୁ ପାଥେୟ କରି ବିତ୍ତୀୟ ସମାବେଶନ ଓ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ମାଧ୍ୟମରେ ଦାରିଦ୍ର୍ୟ କମିଛି ।

Related Articles

Leave a Reply

Your email address will not be published.

Back to top button