ଅମରନାଥ ଯାତ୍ରାରେ ଅଦ୍ୟାବଧି ୨୪ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୩୬ ଘଣ୍ଟାରେ ୫ ଶ୍ରଦ୍ଧାଳୁଙ୍କ ମୃତ୍ୟୁ

Spread the love

ଶ୍ରୀନଗର : ଜୁଲାଇ ୧ ରୁ ଆରମ୍ଭ ହୋଇଥିବା ଅମରନାଥ ଯାତ୍ରା ସମୟରେ ଅଦ୍ୟାବଧି ବିଭିନ୍ନ କାରଣରୁ ୨୪ ଜଣଙ୍କ ମୃତ୍ୟୁ ଘଟିଛି । ଗତ ୩୬ ଘଣ୍ଟାରେ ୫ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ପହଲଗାମ ରାସ୍ତାରେ ଏବଂ ବାଲଟାଲ ରାସ୍ତାରେ ଜଣକର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଆଇଟିବିପିର ଜଣେ ଅଧିକାରୀ ମଧ୍ୟ ସାମିଲ୍ ଅଛନ୍ତି । ଯାତ୍ରା ଡ୍ୟୁଟି ସମୟରେ ତାଙ୍କର ମୃତ୍ୟୁ ଘଟିଛି । ମୃତ ଶ୍ରଦ୍ଧାଳୁ ମାନେ ଉତର ପ୍ରଦେଶ, ମଧ୍ୟ ପ୍ରଦେଶ, ହରିୟାଣା ଏବଂ ଗୁଜୁରାଟ ନିବାସୀ ଅଟନ୍ତି ।    

ସୂଚନା ଅନୁଯାୟୀ, ତନ୍ମଧ୍ୟରୁ ଅଧିକାଂଶ ଲୋକଙ୍କର ମୃତ୍ୟୁ ଅଧିକ ଉଚ୍ଚରେ ହୋଇଥିବାରୁ ଅମ୍ଳଜାନ କମ୍ ପାଇଁ ହୃଦଘାତରେ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି ।  

Leave a Reply

Your email address will not be published. Required fields are marked *