ପୁଞ୍ଛର ସିନ୍ଧରା ଅଞ୍ଚଳରେ ସୁରକ୍ଷା ବଳ ଦ୍ୱାରା ୪ ବିଦେଶୀ ଆତଙ୍କବାଦୀ ନିହତ

Spread the love

ପୁଞ୍ଛ : ଜମ୍ମୁ-କାଶ୍ମୀରର ପୁଞ୍ଛର ସିନ୍ଧରା ଅଞ୍ଚଳରେ ସୁରକ୍ଷା ବଳ ଦ୍ୱାରା ୪ ଜଣ ବିଦେଶୀ ଆତଙ୍କବାଦୀ ନିହତ ହୋଇଛନ୍ତି । ସମ୍ପୃକ୍ତ ଅଞ୍ଚଳରେ ଆହୁରି କିଛି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା କରାଯାଉଛି । ଯାହାକୁ ଦୃଷ୍ଟିରେ ରଖି ସୁରକ୍ଷା ବଳ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ତଲାସୀ ଅଭିଯାନ ଜାରୀ ରହିଛି ।

ଭାରତୀୟ ସେନାର ରାଷ୍ଟ୍ରୀୟ ରାଇଫଲ୍ସ ଏବଂ  ପୋଲିସର ଏସଓଜି ଯବାନ ମାନେ ଏକ ବିଶେଷ ସୂଚନା ଆଧାରରେ ସୋମବାର ସନ୍ଧ୍ୟାରେ ସିନ୍ଧରା ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଥିଲେ । ଏହାପରେ ସେଠାରେ ଯବାନ ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ବିଳମ୍ବିତ ରାତିରେ ଅନ୍ଧକାର ଯୋଗୁଁ ଉଭୟଙ୍କ ମଧ୍ୟରେ ସଂଘର୍ଷ କିଛି ସମୟ ଅଟକି ଥିଲା । ଏହାପରେ ଆତଙ୍କବାଦୀଙ୍କ ଉପରେ ନଜର ରଖିବା ପାଇଁ ରାତ୍ରୀ ଉପକରଣ ସହିତ ସେଠାରେ ଡ୍ରୋନ୍ ମୁତୟନ କରାଯାଇଥିଲା ।  ମଙ୍ଗଳବାର ସକାଳେ ସଂଘର୍ଷ ପୁଣି ଥରେ ଆରମ୍ଭ ହୋଇଥିଲା । ଏବଂ ଯବାନଙ୍କ ଗୁଳିରେ ୪ ଆତଙ୍କବାଦୀ ପ୍ରାଣ ହରାଇଥିଲେ । ସେନା ଅଧିକାରୀ କହିଛନ୍ତି ଯେ, ନିହତ ଆତଙ୍କବାଦୀ ମାନେ ବିଦେଶୀ ଅଟନ୍ତି । ସେମାନଙ୍କ ଶବ ଚିହ୍ନଟ ପ୍ରକ୍ରିୟା ଜାରୀ ରହିଛି । 

ପ୍ରକାଶ ଥାଉକି, ଏହା ପୂର୍ବରୁ ଜମ୍ମୁ-କାଶ୍ମୀର ପୋଲିସର ସତର୍କ ଯବାନ ମାନଙ୍କ ମିଳିତ ଅଭିଯାନ ଦ୍ୱାରା ରବିବାର ବିଳମ୍ବିତ ରାତିରେ ପୁଂଛ ଜିଲ୍ଲାର କୃଷ୍ଣା ଘାଟି ସେକ୍ଟରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଥିଲେ । ଏଥିସହିତ ସୁରକ୍ଷାବଳର ଯବାନଙ୍କ ଗୁଳିରେ ଦୁଇ ଅନୁପ୍ରବେଶକାରୀ ନିହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *