କୁପୱାଡ଼ାରେ ଅନୁପ୍ରବେଶ ଉଦ୍ୟମ ବେଳେ ୪ ଆତଙ୍କବାଦୀ ନିହତ

Spread the love

କୁପୱାଡ଼ା : ଜମ୍ମୁ- କାଶ୍ମୀରର କୁପୱାଡ଼ା ଜିଲ୍ଲାର ମାଛିଲ ସେକ୍ଟରର କାଲା ଜଙ୍ଗଲରେ ଶୁକ୍ରବାର ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିବା ସହ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଅନ୍ୟ ଆତଙ୍କବାଦୀଙ୍କୁ ତଲାସ କରିବା ପାଇଁ ସୁରକ୍ଷାବଳର ଅଭିଯାନ ଜାରୀ ରହିଛି ।

ଏହି ଆତଙ୍କବାଦୀ ମାନେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତୀୟ ସୀମାକୁ ଅନୁପ୍ରବେଶ କରୁଥିଲେ । ସୁରକ୍ଷାବଳର ଯବାନମାନେ ସେମାନଙ୍କୁ ରୋକିଥିଲେ । ଏହାପରେ ଆତଙ୍କବାଦୀ ମାନେ ଯବାନଙ୍କ ଉପରକୁ ଗୁଳିଚାଳନା ଆରମ୍ଭ କରିଥିଲେ । ଯବାନ ମାନଙ୍କ ପାଲଟା ଜବାବରେ ୪ ଆତଙ୍କବାଦୀ ନିହତ ହୋଇଥିଲେ । ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳା ବାରୁଦ ଜବତ ହୋଇଛି । କାଶ୍ମୀର ଜୋନ୍ ପୋଲିସ ଟ୍ଵିଟ୍ କରି ଏହା କହିଛି ।

Leave a Reply

Your email address will not be published. Required fields are marked *