ଭାରତରେ ଚିତା

Spread the love

ନାମିବ୍ୟାରୁ ଭାରତ ପହଂଚିଲା ୮ ଚିତା ବାଘ। ଦୀର୍ଘ ୭ ଦଶନ୍ଧି ପରେ ଭାରତ ଆସିଛନ୍ତି ଆଫ୍ରିକୀୟ ଚିତା। ଏକ ସ୍ୱତନ୍ତ୍ର ବିମାନରେ ଏହି ବାଘ ଗୁଡିକୁ ଅଣାଯାଇଥିବା ବେଳେ ମଧ୍ୟପ୍ରଦେଶ ଗ୍ୱାଲିୟର ଏୟାରବେସ୍ ରେ ଅବତରଣ କରାଯାଇଛି। ପରେ ବାୟୁସେନା ହେଲିକପ୍ଟରରେ କୁନୋ ନ୍ୟାସନାଲ ପାର୍କକୁ ନିଆଯାଇଥିଲା।  ଆଜି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ୭୨ ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ଦେଶକୁ ୮ଟି  ଚିତା ବାଘ ଉପହାର ଦେଇଛନ୍ତି । ପ୍ରଧାନମନ୍ତ୍ରୀ କୁନୋନ୍ୟାସନାଲ ପାର୍କରେ ଉପସ୍ଥିତ ରହି ୮ଟି ଚିତାଙ୍କୁ ସ୍ୱତନ୍ତ୍ର କ୍ୱାରେଣ୍ଟାଇନ ଏନକ୍ଲୋଜରରେ ଛାଡିଛନ୍ତି। ଦୀର୍ଘ  ୭ ଦଶନ୍ଧି ପରେ ଭାରତରୁ ଚିତା ବଂଶ ସମ୍ପୂର୍ଣ୍ଣ ଲୋପ ପାଇଯାଇଥିବା ବେଳେ ଏବେ ଭାରତୀୟ ଜଙ୍ଗଲରେ ବୁଲିବେ ଲିଓପାର୍ଡ।

Leave a Reply

Your email address will not be published. Required fields are marked *