ଅବିଭାଗିକୃତଭୁବନେଶ୍ୱର

ଭୁବନେଶ୍ୱରରେ ଡ଼ମ୍ପିଂୟାର୍ଡ ସମସ୍ୟା

ଭୁବନେଶ୍ୱର: ଭୁଆଶୁଣି ଡ଼ମ୍ପିଂୟାର୍ଡ ସମସ୍ୟାର ସମାଧାନ ପାଇଁ ଆଜି ପୁଣି ହେବ ଦ୍ୱିପାକ୍ଷିକ ଆଲୋଚନା। ଦାରୁଠେଙ୍ଗ ପଞ୍ଚାୟତବାସୀ ଓ ବିଏମସି କର୍ତ୍ତୃପକ୍ଷଙ୍କ ମଧ୍ୟରେ ହେବ ଆଲୋଚନା। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ମଧ୍ୟାହ୍ନ 12ଟା ସମୟରେ ବିଏମସି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହେବ ବୈଠକ। ବୈଠକରେ ଜଟଣି ବିଧାୟକ ସୁର ରାଉତରାୟ, ଭୁବନେଶ୍ୱର ଡିସିପି ପ୍ରତୀକ ସିଂ, ସମସ୍ତ କର୍ପୋରେଟର, ବରିଷ୍ଠ ଅଧିକାରୀଙ୍କ ସମେତ ଦାରୁଠେଙ୍ଗ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ ଓ ବ୍ଲକର ନିର୍ବାଚିତ ଲୋକ ପ୍ରତିନିଧି ଉପସ୍ଥିତ ରହିବେ। ଆଲୋଚନାରୁ ନିଷ୍କର୍ଷ ବାହାରିବା ସହ ଭୁବନେଶ୍ୱର ମହାନଗର ନିଗମର ପରିମଳ ସମସ୍ୟାର ସମାଧାନର ବାଟ ବାହାରିବା ନେଇ ଆଶା। ପୂର୍ବରୁ ଦୁଇ ଦୁଇ ଥର ଆଲୋଚନା ହୋଇଥିଲେ ହେଁ ସମାଧାନର କୌଣସି ବାଟ ବାହାରି ପାରିନଥିଲା।

Related Articles

Leave a Reply

Your email address will not be published.

Back to top button