ଡମ୍ପରକୁ ଧକ୍କାଦେଲା ପିକଅପ୍ ଭ୍ୟାନ

ବାଲେଶ୍ୱର: ବାଲି ବୋଝେଇ ଡମ୍ପରକୁ ଧକ୍କା ଦେଲା ଗୋରୁ ବୋଝେଇ ପିକଅପ୍ ଭ୍ୟାନ। ଅଳ୍ପକେ ବର୍ତ୍ତିଲେ ପୋଲିସ କର୍ମଚାରୀ। ବାଲେଶ୍ୱର ଜଳେଶ୍ୱର ଥାନା 60 ନଂ ଜାତୀୟ ରାଜପଥ ରାଜଘାଟ ନାକା ପଏଣ୍ଟଠାରେ ନାକା ପୋଲିସ ପକ୍ଷରୁ ଗାଡିକୁ ଯାଞ୍ଚ କରାଯାଉଥିଲା। ପଥର ବୋଝେଇ ଡମ୍ପରକୁ ଯାଞ୍ଚ କରାଯାଉଥିବା ବେଳେ ଏକ ପିକଅପ ଭ୍ୟାନ ଦ୍ରୁତ ଗତିରେ ଆସି ଡମ୍ପର ପଛକୁ ଧକ୍କା ଦେଇଥିଲା। ଅଳ୍ପକେ ରକ୍ଷା ପାଇଯାଇଥିଲେ ଯାଞ୍ଚ କରୁଥିବା ପୋଲିସ ଓ ଡମ୍ପର ଡ୍ରାଇଭର, ହେଲ୍ପର। ସେହି ପିକଅପ ଭ୍ୟାନରେ ୧୮ ଗୋରୁଙ୍କୁ  ନେଇ ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ କରାଯାଉଥିଲା। ଘଟଣା ସ୍ଥଳରୁ ପିକଅପ ଡ୍ରାଇଭର ଫେରାର ଥିବା ବେଳେ ପୋଲିସ ପିକଅପ ଭ୍ୟାନ ଏବଂ ପଥର ବୋଝେଇ ଡମ୍ପରକୁ ଅଟକ ରଖି ତଦନ୍ତ କରୁଥିବା ବେଳେ ୧୮ଗୋରୁଙ୍କୁ ଉଦ୍ଧାର କରି ଗୋଶାଳାକୁ ପଠାଇଥିବା ଜଣାପଡିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *