ବୋଲଗଡ଼ର ତହସିଲ ସମ୍ମୁଖରେ ପ୍ରତିବାଦ

ଖୋର୍ଦ୍ଧା: ଖୋର୍ଦ୍ଧା ବୋଲଗଡ଼ର ତହସିଲ ସମ୍ମୁଖରେ ଏକ ପ୍ରତିବାଦ ସଭା ହୋଇଛି। ବୋଲଗଡ଼ ତହସିଲରେ ଦୁର୍ନିତୀ ଓ ଅନିୟମିତତା ନେଇ ଜିଲ୍ଲାପାଳଙ୍କ ନିକଟରେ ବୋଲଗଡ ବିକାଶ ମଞ୍ଚ ପକ୍ଷରୁ ଅଭିଯୋଗ ହୋଇଥିଲା। ଏହାକୁ ବିରୋଦ୍ଧ କରି ଆଜି ତହସିଲ ସମ୍ମୁଖରେ ବରିଷ୍ଠ ନାଗରିକ, ଜନପ୍ରତିନିଧି ଓ ଆଇନଜୀବୀ ଏକତ୍ରିତ ହୋଇ ଏକ ପ୍ରତିବାଦ ସଭା କରିଛନ୍ତି। ତେବେ ବୋଲଗଡ଼ ତହସିଲ ଦାଇତ୍ୱରେ ଥିବା ତହସିଲଦାର କୌଣସି ଦୁର୍ନିତୀ ଓ ଅନିୟମିତତା କରିନାହାନ୍ତି। କିଛି ଅସାଧୁ ବ୍ୟକ୍ତିଙ୍କର ସ୍ୱାର୍ଥ ପୁରଣ ନହେବାରୁ ସେମାନେ ବୋଲଗଡ଼ ବିକାଶ ମଞ୍ଚ ନାଁ କହି ମିଥ୍ୟା ଅଭିଯୋଗ କରିଛନ୍ତି। ବୋଲଗଡ଼ରେ କୌଣସି ବିକାଶ ମଞ୍ଚ ନଥିବାର ମଧ୍ୟ ବରିଷ୍ଠ ନାଗରିକ, ଜନପ୍ରତିନିଧିମାନେ କହିଛନ୍ତି। ତେବେ ଜିଲ୍ଲା ପ୍ରଶାସନ ଏହାର ସଠିକ ତଦନ୍ତ କରିବାକୁ ମଧ୍ୟ ଦାବି କରିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *