ଅଭିଶେକ ବାନାର୍ଜିଙ୍କ ପତ୍ନୀଙ୍କୁ ବିମାନ ବନ୍ଦରରେ ଅଟକାଇଲେ ଇମିଗ୍ରେସନ ଡିପାର୍ଟମେଣ୍ଟ ଅଧିକାରୀ

Spread the love

କୋଲକାତା : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ଭଣଜା ଅଭିଷେକ ବାନାର୍ଜିଙ୍କ ପତ୍ନୀ ରୁଜିରା ବାନାର୍ଜିଙ୍କୁ ପୁଣି ଥରେ ସୋମବାର ଦିନ କୋଲକାତା ବିମାନବନ୍ଦରରେ ଅଟକାଯାଇଛି । ସେ ନିଜର ଦୁଇ ଶିଶୁଙ୍କୁ ସାଙ୍ଗରେ ନେଇ ବିଦେଶ ଯିବା ପାଇଁ ଯୋଜନା କରିଥିଲେ, କିନ୍ତୁ ଇମିଗ୍ରେସନ ଡିପାର୍ଟମେଣ୍ଟର ଅଧିକାରୀମାନେ ତାଙ୍କୁ ଏଠାରେ ଅଟକାଇଛନ୍ତି ।

ରୁଜିରା ସୋମବାର ସକାଳ ପ୍ରାୟ ୭ଟା ସମୟରେ ନିଜର ଦୁଇ ଶିଶୁଙ୍କ ସହିତ ବିମାନବନ୍ଦରରେ ପହଞ୍ଚି ଥିଲେ । ତାଙ୍କୁ ଦୁବାଇ ଯିବା ପାଇଁ ଫ୍ଲାଇଟ୍ ଧରିବାର ଥିଲା । ହେଲେ ବିମାନବନ୍ଦରରେ ବିଭାଗୀୟ ଅଧିକାରୀ ମାନେ ତାଙ୍କୁ ଅଟକାଇଥିଲେ । କିଛି ସମୟ ବିମାନ ବନ୍ଦରରେ ଅପେକ୍ଷା କରିବା ପରେ ସେ ଘରକୁ ଫେରି ଯାଇଥିଲେ ।

ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ, ଇଡିର ଏକ ମାମଲାରେ ରୁଜିରାଙ୍କ ନାମରେ ଲୁକ୍ ଆଉଟ୍ ନୋଟିସ୍ ଜାରୀ ହୋଇଛି । ସେଥିପାଇଁ ତାଙ୍କ ବିଦେଶ ଗସ୍ତ ଉପରେ ପ୍ରତିବନ୍ଧକ ରହିଛି ।

Leave a Reply

Your email address will not be published. Required fields are marked *