ଅମରନାଥ ଯାତ୍ରୀଙ୍କ ମଧ୍ୟରେ ୫ ଓଡିଆ

Spread the love

ଶ୍ରୀନଗର:  ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ଯୋଗୁଁ ପାହାଡରୁ ତୀବ୍ର ଗତିରେ ପାଣି ମାଡି ଆସିବାରୁ ତିନି ଜଣ ମହିଳାଙ୍କ ସମେତ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏବେବି ଅନେକ ଲୋକ ଫସିରହିଛନ୍ତି ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅମରନାଥ ଯାତ୍ରା ଦଳରେ ୫ ଜଣ ଓଡିଆ ମଧ୍ୟ ରହିଥିବା ସୂଚନା ରହିଛି ।

ବାଦଲ ଫଟା ବର୍ଷାରେ ୫ ଓଡିଆ ସୁରକ୍ଷିତ ରହିଛନ୍ତି। ହେଲେ ସେଠାରୁ ଆସିବା ସୁବିଧା ନଥିବାରୁ ଓଡିଶା ସରକାରଙ୍କ ସହାୟତ ମାଗିଛନ୍ତି ସେମାନେ । ରାୟଗଡା ଜିଲ୍ଲାରୁ ଯାଇଥିବା ୫ ଜଣ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛନ୍ତି । ସମସ୍ତଙ୍କ ଜିନିଷପତ୍ର ଟଙ୍କା ଭସିଯାଇଥିବା ବେଳେ ଜୀବନ ସୁରକ୍ଷିତ ଅଛି । ସମସ୍ତେ ରାୟଗଡା ସହରର ବାସିନ୍ଦା ବସନ୍ତ କୁମାର ସେନାପତି, ସୌମ୍ୟ ରଞ୍ଜନ ପାତ୍ର , କେ ରବି କୁମାର , ଟୁକୁନା ପ୍ରଧାନ , ନିହାର ରଞ୍ଜନ ପାତ୍ର । ଦୁର୍ଘଟଣାରୁ ବର୍ତ୍ତୀଯିବା ପରେ ଗାଡି ସୁବିଧା ନଥିବା କାରଣରୁ  ସମସ୍ତେ ଅମରନାଥରୁ ଚାଲିଚାଲି ବଲତାଲ ଯାଉଛନ୍ତି । ଗତ ୧ ତାରିଖରୁ ସମସ୍ତେ ଅମରନାଥ ଦର୍ଶନ ନିମନ୍ତେ ବାହାରିଥିଲେ। ଆସନ୍ତା ୧୭ ତାରିଖରେ ଫେରିବାର କାର୍ଯ୍ୟକ୍ରମ ଥିଲା । ରାଜ୍ୟ ସରକାର ସହଯୋଗ କଲେ ସେମାନଙ୍କ ଫେରିବା ସହଜ ହେବ।

ସ୍ମରଜିତ୍ ଆର୍ଯ୍ୟ ଙ୍କ ରିପୋର୍ଟ ନକ୍ଷତ୍ର ନିଜ୍ୟୁ

Leave a Reply

Your email address will not be published. Required fields are marked *