କଟକ: କଟକ ସହରର ବିପର୍ଯ୍ୟସ୍ତ ରାସ୍ତାକୁ ନେଇ ଅଭିନବ ପ୍ରତିବାଦ। ପ୍ରଶାସନିକ ଉଦାସୀନତା ପ୍ରତିବାଦରେ କଟକର ସୁବାଷ ସଂଗଠନ ପକ୍ଷରୁ ରାସ୍ତାରେ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ସଂଗଠନର ସଦସ୍ୟ । କଟକ ସହରରେ କେବଳ ପାର୍ବଣ ଆସିଲେ ଲୋକ ଦେଖାଣିଆ ରାସ୍ତାରେ ପ୍ୟାଚ ପକାଇ କାର୍ଯ୍ୟ ଶେଷ କରି ଦେଉଛି ପ୍ରଶାସନ। ପରେ ବିପର୍ଯ୍ୟସ୍ତ ଅବସ୍ଥା ହୋଇ ପଡି ରହୁଛି ରାସ୍ତା। ରାସ୍ତାରେ ଯିବା ଆସିବା କରିବା ପାଇଁ ବହୁ ଅସୁବିଧା ହେବା ସହ ବର୍ଷା ଆସିଲେ ରାସ୍ତାରେ ଥିବା ଗାତରେ ପାଣି ଭର୍ତ୍ତି ହୋଇ ରହୁଛି। ଏନେଇ ବିଭିନ୍ନ ସମସ୍ୟାର ସାମ୍ନା କରୁଛନ୍ତି ଲୋକେ। ତେବେ ବାରମ୍ୱାର ପ୍ରଶାସନ ନିକଟରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ କୌଣସି ସମାଧାନ କରାଯାଉନାହିଁ। ଯାହାକୁ ନେଇ ଆଜି ଏଭଳି ନିଆରା ପ୍ରତିବାଦ କରିଛନ୍ତି ସୁବାଷ ସଂଗଠନର ସଦସ୍ୟମାନେ।

Naxatra News is now on Whatsapp
Join and get latest news update delivered to you via whatsapp
Join Now