ଓଡ଼ିଶା ସମେତ ଭାରତବର୍ଷର ଚାଷୀ ଭାଇ ଭଉଣୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଉପହାର- ଧର୍ମେନ୍ଦ୍ର ପ୍ରଧାନ

Spread the love

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଧାନ ସମେତ ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି କରାଯାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ନିଷ୍ପତି ଓଡ଼ିଶା ସମେତ ଭାରତବର୍ଷର ଚାଷୀ ଭାଇ ଭଉଣୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆଉ ଏକ ଉପହାର । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) କ୍ୱିଣ୍ଟାଲ ପିଛା ୧୪୩ ଟଙ୍କା ବୃଦ୍ଧି କରାଯାଇଛି । ଯାହା ଫଳରେ ଧାନର ଏମଏସପି ମୂଲ୍ୟ କ୍ୱିଣ୍ଟାଲ ପିଛା ୨୧୮୩ ଟଙ୍କାରେ ପହଞ୍ଚିଛି । ୨୦୧୪-୧୫ ବର୍ଷରେ ଧାନର ଏମଏସପି କ୍ୱିଣ୍ଟାଲ ପିଛା ୧୩୬୦ ଟଙ୍କା ଥିବା ବେଳେ ୨୦୨୨-୨୩ ବର୍ଷରେ ୨୦୪୦ ଟଙ୍କା ଥିଲା । କ୍ରମାଗତ ଏମଏସପି ବୃଦ୍ଧି କରି ଚାଷୀଙ୍କୁ ସ୍ୱାବଲମ୍ବୀ କରାଯାଉଛି।

ଧାନ ସମେତ ବିଭିନ୍ନ ଖରିଫ ଫସଲର ଏମଏସପି ବୃଦ୍ଧି ନିଷ୍ପତି ଚାଷୀଙ୍କ ସମୃଦ୍ଧି ଏବଂ କଲ୍ୟାଣ ଓ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି । କୋଟି କୋଟି ଅନ୍ନଦାତାଙ୍କୁ ଲାଭ ଦେବାକୁ ଥିବା ଏହି ଆତ୍ମନିର୍ଭର କୃଷି ଓ ଆତ୍ମନିର୍ଭର କୃଷକ ଦିଗରେ ଆଉ ଏକ ପଦକ୍ଷେପ ।

ସେହିପରି ବିଏସଏନଏଲର ନବୀକରଣ ପାଇଁ ୮୯ ହଜାର କୋଟି ଟଙ୍କାର ପ୍ୟାକେଜକୁ ଅନୁମୋଦନ ସ୍ୱାଗତଯୋଗ୍ୟ । ଏହି ଅର୍ଥର ବ୍ୟବହାର ବିଏସଏନଏଲର ୪ଜି ଓ ୫ଜି ସେବା ବୃଦ୍ଧି କରିବା ପାଇଁ ବ୍ୟୟବରାଦ କରାଯିବ । ଏହା ଦ୍ୱାରା ସମଗ୍ର ଭାରତବର୍ଷରେ ଇଣ୍ଟରନେଟର ବ୍ୟାପକ ବ୍ୟବହାର ବଢିବ ଏବଂ ନୂଆ ସୁଯୋଗ ଓ ସମ୍ଭାବନା ତିଆରି ହେବ ।

ସେହିପରି ହୁଡା ସିଟି ସେଣ୍ଟରରୁ ସାଇବର ସିଟି ପର୍ଯ୍ୟନ୍ତ ମେଟ୍ରୋ ସଂଯୋଗ ଗେମ୍ ଚେଞ୍ଜର ହେବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

Leave a Reply

Your email address will not be published. Required fields are marked *