ବେଲ୍ ବେଳେ ଅତିଶୟ ସର୍ତ୍ତ ବେଲ୍ ନୁହେଁ- ସୁପ୍ରିମକୋର୍ଟ

ଜାମିନ୍ ଦେଲା ବେଳେ ଅତିମାତ୍ରାରେ ସର୍ତ୍ତ ଖଞ୍ଜିବା ଜାମିନ ନୁହେଁ। ଏଭଳି କହିଛନ୍ତି ସର୍ବୋଚ୍ଚ ଅଦାଲତ। ଜାମିନ ପାଇ ବି ଜେଲରୁ ମୁକୁଳିପାରିନଥିବା ଜଣେ ବ୍ୟକ୍ତି ସନ୍ଦର୍ଭରେ ଏଭଳି କହିଛନ୍ତି ସୁପ୍ରିମକୋର୍ଟ। ୧୧ଟି ମାମଲାରେ ସଂପୃକ୍ତ ବ୍ୟକ୍ତି ଜାମିନ୍ ପାଇଥିଲେ। କିନ୍ତୁ ପ୍ରତି ମାମଲାରେ ସ୍ୟୁରିଟି ଜମା କରିନଥିବାରୁ ଜେଲରୁ ମୁକୁଳିପାରିନଥିଲେ। ଜଷ୍ଟିସ ବିଆର ଗଭାଇ ଓ ଜଷ୍ଟିସ କେଭି ବିଶ୍ୱନାଥନଙ୍କ ଉପସ୍ଥିତିରେ ଶେଷରେ ଜେଲରୁ ମୁକୁଳିଥିଲେ ଅଭିଯୁକ୍ତ। କୋର୍ଟ କହିଛନ୍ତି, ଏକାଧିକ ମାମଲାରେ ବେଲ୍ ପାଉଥିବା ଅଭିଯୁକ୍ତ କ୍ଷେତ୍ରରେ ସିଉରିଟିର ଆବଶ୍ୟକତା ଓ ସମ୍ୱିଧାନର ଧାରା ୨୧ ଅନୁସାରେ ତାହାର ମୌଳିକ ଅଧିକାରକୁ ସମାନ୍ତରାଳ ବିଚାର କରିବା ଜରୁରୀ। ଆଗ ଜାମିନ ଦେଇ ପରେ ସେଥିରେ ଅତ୍ୟଧିକ ସର୍ତ୍ତ ଖଞ୍ଜାଗଲେ ତାହାକୁ ଜାମିନ୍ କୁହାଯିବନି। କାରଣ ବାମ ହାତରେ ଦେଇ ଡାହାଣ ହାତରେ ତାକୁ ଅଟକାଇବା ଯୁକ୍ତିଯୁକ୍ତ ନୁହେଁ। ଗିରିଶ ଗାନ୍ଧୀ ନାମକ ଅଭିଯୁକ୍ତ ୧୩ଟି ଠକେଇ ମାମଲାରେ ସଂପୃକ୍ତ ଥିଲା। ୟୁପି, ରାଜସ୍ଥାନ, ହରିଆଣା, ଉତ୍ତରାଖଣ୍ଡ ଓ ପଞ୍ଜାବରେ ଲୋକଙ୍କୁ ଠକିଥିଲା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *